ଓଡିଶା

odisha

By

Published : Oct 23, 2022, 9:38 PM IST

ETV Bharat / bharat

ସମୁଦ୍ର ସୀମାର ଜାଗ୍ରତ ପ୍ରହରୀ ଭାରତୀୟ ତଟରକ୍ଷୀ ବାହିନୀ

ସମୁଦ୍ର ସୀମାର ଜାଗ୍ରତ ପ୍ରହରୀ କୋଷ୍ଟଗାର୍ଡ । ଶତ୍ରୁର ଅନୁପ୍ରବେଶ ପଣ୍ଡ କରିବା ସହ ମଝି ସମୁଦ୍ରରେ ରେସ୍କ୍ୟୁ ଅପରେସନରେ ବଞ୍ଚାଏ ମତ୍ସ୍ୟଜୀବୀଙ୍କ ଜୀବନ (Indian Coast Guard operation video)। ପ୍ରାକୃତିକ ପ୍ରତିକୂଳତାରେ ସମୁଦ୍ର ମଝିରେ ସାଜେ ସାହାରା । ଦେଖନ୍ତୁ ଭିଡିଓ

ସମୁଦ୍ର ସୀମାର ଜାଗ୍ରତ ପ୍ରହରୀ କୋଷ୍ଟଗାର୍ଡ
ସମୁଦ୍ର ସୀମାର ଜାଗ୍ରତ ପ୍ରହରୀ କୋଷ୍ଟଗାର୍ଡ

ଗାନ୍ଧୀନଗର: ଭାରତର ତିନି ପାର୍ଶ୍ବ ଜଳରାଶି ଦ୍ବାରା ଆବଦ୍ଧ ହୋଇଥିବାବେଳେ, ଏହି ତିନି ସମୁଦ୍ରସୀମାର ଜାଗ୍ରତ ପ୍ରହାରୀ ହେଉଛି ଭାରତୀୟ ତଟରକ୍ଷୀ ବାହିନୀ । ତେବେ ପାରମ୍ପରିକ ଶତୃ ପାକିସ୍ତାନ ଜଳ ସୀମାକୁ ଲାଗିଥିବା ପଶ୍ଚିମ ରାଜ୍ୟ ଗୁଜୁରାଟ ଉପକୂଳ ବେସ ସମ୍ବେଦନଶୀଳ ହୋଇଥିବାରୁ ଏଠାରେ କୋଷ୍ଟଗାର୍ଡର ଭୂମିକା ଅନ୍ୟ ପ୍ରାନ୍ତ ଅପେକ୍ଷା ଅଧିକ ଆହ୍ବାନପୂର୍ଣ୍ଣ ହୋଇଥାଏ (Indian Coast Guard operation video)। ପାକିସ୍ତାନୀ ଆତଙ୍କବାଦୀ ଓ ସୀମାପାର ନିଶା ମାଫିଆ ହୁଅନ୍ତୁ କିମ୍ବା ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଅନୁପ୍ରେବଶ, ସବୁକୁ ପଣ୍ଡ କରିବାରେ ରହିଛି ଭାରତୀୟ ତଟରକ୍ଷୀ ବୀହିନୀର ଗୁରୁ ଭୂମିକା ।

ସମୁଦ୍ର ସୀମାର ଜାଗ୍ରତ ପ୍ରହରୀ କୋଷ୍ଟଗାର୍ଡ, ଦେଖନ୍ତୁ ଭିଡିଓ

ପାକିସ୍ତାନ ଜଳସୀମା ନିକଟବର୍ତ୍ତୀ ପଶ୍ଚିମ ତଟୀୟ ରାଜ୍ୟ ଗୁଜୁରାଟର ରହିଛି ୧୬୦୦ କି.ମି ସୁଦୀର୍ଘ ସମୁଦ୍ରସୀମା । ତେବେ ଆହ୍ବାନ ଯେତିକି ଗୁରୁତ୍ବପୂର୍ଣ୍ଣ କୋଷ୍ଟଗାର୍ଡର ପ୍ରଭାବୀ କାର୍ଯ୍ୟପ୍ରଣାଳୀ ମଧ୍ୟ ସେତିକି ସଫଳ । ଯାହା ନିକଟରେ ଏକାଧିକ ଅପରେସନରେ ମଧ୍ୟ ପ୍ରମାଣିତ ମଧ୍ୟ ହୋଇଛି । ନିକଟରେ ଏକାଧିକ ସଫଳ ଅପରେସନ କରି ଜଳସୀମା ସୁରକ୍ଷାକୁ ନିଶ୍ଚିତ କରିବା ସହ ଶତ୍ରୁର ଯୋଜାନକୁ ପଣ୍ଡ କରିବାରେ ସଫଳକତା ପାଇଛି ଭାରତୀୟ କୋଷ୍ଟଗାର୍ଡ ।

ଅନ୍ତର୍ଜାତୀୟ ଜଳସୀମା ନିୟମ ଅନୁଯାୟୀ, ସମୁଦ୍ରରେ ଥିବା ଯେକୌଣସି ବ୍ୟକ୍ତି, କୌଣସି ଷ୍ଟିମର୍ କିମ୍ବା ମତ୍ସ୍ୟଜୀବୀ ଡଙ୍ଗା ସମୁଦ୍ର ମଧ୍ୟଭାଗରେ ପହଞ୍ଚିବା ପରେ ଅନ୍ତର୍ଜାତୀୟ ଚ୍ୟାନେଲ-16 ଜରିଆରେ କୋଷ୍ଟଗାର୍ଡ ସହ ସମ୍ପର୍କ ସମ୍ବବ ହୋଇଥାଏ । ଏହା ଏକ ଅତ୍ୟାଧୁନିକ ବୈଷୟିକ ଯୋଗାଯୋଗ ପ୍ରାଣାଳୀ, ଯାହା ମଝି ସମୁଦ୍ରରେ ହୋଇଥାଏ । ଅନ୍ତର୍ଜାତୀୟ ଚ୍ୟାନେଲ ନଂ-16 ଜିରଆରେ ଇଣ୍ଡିଆନ୍ କୋଷ୍ଟଗାର୍ଡ ଏବଂ ମତ୍ସ୍ୟଜୀବୀଙ୍କ ସହ ଯୋଗାଯୋଗ କରିବା ଅତି ସହଜ । ଯଦି କୌଣସି ମତ୍ସ୍ୟଜୀବୀ ଡଙ୍ଗା ସମୁଦ୍ର ମଝିରେ କୌଣସି ଯାନ୍ତ୍ରିକ ସମସ୍ୟା କିମ୍ବା ସମୁଦ୍ରିକ ଝଡର ସମ୍ମୁଖୀନ ହୁଏ ତେବେ ଏହି ବୈଷୟିକ ପ୍ରଣାଳୀରେ ସେମାନେ କୋଷ୍ଟଗାର୍ଡ ସହ ଯୋଗାଯୋଗ କରିବା ସହ ତୁରନ୍ତ ପ୍ରଭାବୀ ସହଯୋଗ ମଧ୍ୟ ପାଇପାରନ୍ତି ।

ଏକାଧିକ ମିଶନରେ କୋଷ୍ଟକାର୍ଡର ଯୋଦ୍ଧାମାନେ ମଝି ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରିବାର ନଜିର ମଧ୍ୟ ରହିଛି । ଅତ୍ୟାଧୁନିକ ଯାହାଜ, ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ସାଙ୍ଗକୁ ସର୍ଭିଲାନ୍ସ ହେଲିକପ୍ଟର ଓ ଉଚ୍ଚ ପ୍ରଶିକ୍ଷିତ ଯବାନ ଏହି ସବୁ ଆହ୍ବାନପୂର୍ଣ୍ଣ ମିଶନକୁ ପ୍ରଭାବଶାଳୀ ଭାବେ ସଫଳ କରିପାରିଛନ୍ତି ।

ABOUT THE AUTHOR

...view details