ହାଇଦ୍ରାବାଦ:ଭାରତୀୟ ସେନାରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା (Agnipath Scheme)କୁ ଦେଶରେ ଅନେକ ରାଜ୍ୟରେ ବିରୋଧ କରାଯାଇଛି । ତେଲେଙ୍ଗାନାରେ ମଧ୍ୟ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ସିକନ୍ଦରାବାଦ ରେଲୱେ ଷ୍ଟେସନ (Firing at Secunderabad railway station)ରେ ପୋଲିସ ଗୁଳିରେ ବିକ୍ଷୋଭକାରୀ ତଥା ପରିବାରର ଏକମାତ୍ର ପୁଅର ମୃତ୍ୟୁ ଘଟିଛି । ମୃତକ ଜଣକ ୱାରଙ୍ଗଲ ଜିଲ୍ଲାବାସୀ ବୋଲି ଜଣାପଡ଼ିଛି ।
ମୃତକ ଜଣକ ହେଉଛନ୍ତି ୱାରଙ୍ଗଲ ଜିଲ୍ଲା ଖାନପୁରମ ମଣ୍ଡଳ ଦାବିର ପେଟା ଗ୍ରାମର ଦାମୋଦର ରାକେଶ (୨୩) ବୋଲି ଜଣାପଡ଼ିଛି । ସେ ଗରିବ ପରିବାରର ହୋଇଥିବା ବେଳେ ପିତାମାତା ଓ ୨ ଭଉଣୀଙ୍କ ସହ ରହୁଥିଲେ । ଏବେ ରାକେଶ ହନୁମାକୋଣ୍ଡା ସହରରେ ଅଧ୍ୟୟନ କରୁଥିଲେ । ସେ ଗତ ୬ ମାସ ପୂର୍ବରୁ ଭାରତୀୟ ସେନା ନିଯୁକ୍ତିର ଫିଜିକାଲ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ଲିଖିତ ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିଲେ ।