ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବରେଲିର ଏକ ହୋଟେଲରୁ ବନ୍ଧା ହେଲା ଓଡିଶାର ଚିଟଫଣ୍ତ ଠକ ଦିଲ୍ଲୀପ ଜୈନ । ଦୀର୍ଘ ୫ ବର୍ଷ ଧରି ଫେରାର ରହିଥିଲା ଅଭିଯୁକ୍ତ । ଦିଲ୍ଲୀପଙ୍କର ଘର ରାଜସ୍ଥାନରେ ହୋଇଥିବା ସୂଚନା ରହିଛି । କିନ୍ତୁ ଓଡିଶା ଭୁବନେଶ୍ବରରେ ଏକ ଚିଟଫଣ୍ତ କମ୍ପାନୀ କରି ଏକାଧିକ ଲୋକଙ୍କୁ ୫ କୋଟି ଟଙ୍କା ଠକି ଚମ୍ପଟ ମାରିଥିଲା ଅଭିଯୁକ୍ତ ଦିଲ୍ଲୀପ । ଓଡିଶା ଏସଟିଏଫ ସୂଚନା ଆଧାରରେ ବରେଲି ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି । 2016ରେ ଏକ ଚିଟଫଣ୍ତ କମ୍ପାନୀ ତିଆରି କରି ବର୍ଷକ ମଧ୍ୟରେ ଜମାକାରୀଙ୍କ ପଇସା ଦୁଇଗୁଣିତ କରିବା କହି ପ୍ରଲୋଭିତ କରି ଲୋକଙ୍କୁ ଠକି ଥିଲା ଦିଲ୍ଲୀପ ।
ଏନେଇ 2016 ମସିହାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । 2016 ମସିହାରୁ ନିଖୋଜ ଥିବା ଅଭିଯୁକ୍ତକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଛାପା ମାରୁଥିଲା ଏସଟିଏଫ । ଏହାସହ ତାର କଣ୍ଟାକ୍ର ଟ୍ରେସିଂ ମଧ୍ୟ କରାଯାଉଥିଲା । ଏହିକ୍ରମରେ ଓଡିଶା ଏସଟିଏଫ ଗତ କିଛି ଦିନ ପୂର୍ବରୁ ଦିଲ୍ଲୀରେ ଅଭିଯୁକ୍ତ ଦିଲୀପଙ୍କ ଥିବା ଠିକଣା ପାଇଥିଲା । ପରେ ବରେଲିର ଇଜାଜତ ନାଗର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ହୋଟେଲରେ ଅଭିଯୁକ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରିଥିଲା । ଏହାପରେ ବରେଲି ଥାନା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା । ବରେଲି ଥାନା ଅଧିକାରୀଙ୍କ ସହଯୋଗରେ ଏକ ଟିମ ହୋଟେଲରେ ରେଡ ମାରିଥିଲେ । ଆଉ ସେଠାରୁ ଦିଲ୍ଲୀପଙ୍କୁ ଗିରଫ କରିଥିଲେ ।