ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶରେ କାନ୍ଥ ଭୁଶୁଡ଼ି ୪ ଶ୍ରମିକ ମୃତ - ମଧ୍ୟପ୍ରଦେଶରେ ଭୁଶୁଡ଼ିଲା କାନ୍ଥ

ମଧ୍ୟପ୍ରଦେଶରେ ଭୁଶୁଡ଼ିଲା କାନ୍ଥ । ଚାଲିଗଲା ୪ ଶ୍ରମିକଙ୍କ ଜୀବନ । ଅଧିକ ପଢ଼ନ୍ତୁ

Wall collapsed
କାନ୍ଥ ଭୁଶୁଡ଼ି ୪ ଶ୍ରମିକ ମୃତ

By

Published : Jan 22, 2023, 7:14 AM IST

ଭୋପାଳ:ମଧ୍ୟପ୍ରଦେଶ ସ୍ଥିତ ଶିବପୁରୀ ଜିଲ୍ଲାର କରେରା ଅଞ୍ଚଳରେ କାନ୍ଥ ଖସି ୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଶ୍ରମିକ ଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ଚର୍ଚ୍ଚା ଚାଲିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ସରକାର ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କୁ ସାହାଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ସୂଚନାନୁସାରେ ଦଶରାଥ ସାହୁଙ୍କର କରେରା ଝାନ୍ସି ଫୋର ଲେନ ବିଶିଷ୍ଟ ରାଜପଥରେ ଥିବା ଶିବପୁରା ନିକଟରେ ଏକ ଦୁଇ ମହଲା ବାଦାମ ମିଲ୍ ରହିଥିଲା । ସବୁଦିନ ପରି ଗତକାଲି ମଧ୍ୟ ଏଠାରେ ଶ୍ରମିକମାନେ ବାଦାମ ବିକ୍ରି କରୁଥିଲେ । ହେଲେ ହଠାତ୍‌ ମିଲର ଦ୍ୱିତୀୟ ମହଲାର କାନ୍ଥ ଶ୍ରମିକଙ୍କ ଉପରେ ଧସି ପଡିଥିଲା । ଫଳରେ ଦୁର୍ଘଟଣାରେ କାନ୍ଥ ତଳେ ଚାପି ହୋଇଯାଇଥିଲେ ୪ ଜଣ ଶ୍ରମିକ । ଯାହାଦ୍ବାରା ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଉଠିଥିଲେ ।

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ ଚିନ୍ନୋଡର ବାସିନ୍ଦା ସୋନମଙ୍କ ପତ୍ନୀ ମହେଶ କେୱାଟ (30), ଶିବପୁରାର ବାସିନ୍ଦା ଅର୍ଚ୍ଚନା ପତ୍ନୀ ଗୋବର୍ଦ୍ଧନ ପାରିହାର (30), ରାଜକୁମାରୀ ପତ୍ନୀ ମାୟାରାମ ସାହୁ (35) ଏବଂ ହିମତପୁର ପିଛୋରର ବାସିନ୍ଦା ବାଲକିଶନ ଲୋଡି (32) । ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଗ୍ରାମବାସୀଙ୍କ ସାହାଯ୍ୟରେ ଘଟଣାସ୍ଥଳରେ ପହଞ୍ଚି କାନ୍ଥ ତଳେ ଚାପି ହୋଇଥିବା ୪ଜଣ ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି ।

ଏହି ପ୍ରସଙ୍ଗରେ କରେରା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ସତୀଶ ଚୌହାନ କହିଛନ୍ତି ଯେ ଦୁର୍ଘଟଣା ସମ୍ପର୍କରେ ମିଲର ମାଲିକଙ୍କୁ ପଚରାଉଚରା କରାଯାଉଛି । ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ ମଧ୍ୟପ୍ରଦେଶରେ କାନ୍ଥ ଭୁଶୁଡ଼ିବାର ଏହା ହେଉଛି ଦ୍ୱିତୀୟ ଘଟଣା ।

ଗତ ଜାନୁଆରୀ 18ରେ, ଜବଲପୁର ଜିଲ୍ଲାର ଏକ ଗ୍ରାମରେ ପଥର ଭାଙ୍ଗିବା ସୁବିଧା ନିକଟରେ ନିର୍ମିତ ଏକ ନୂତନ ନିର୍ମାଣ ହୋଇଥିବା କାନ୍ଥ ଭୁଶୁଡ଼ିଥିଲା । ଯେଉଁଥିରେ କି ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ । ଏହି ଘଟଣା ମେନେଗାଓଁ ଗାଁରେ ଘଟିଥିଲା । କାନ୍ଥ ଭୁଶୁଡ଼ିବାର ଅନ୍ୟ ଏକ ଘଟଣାରେ ଗତ ବର୍ଷ ସେପ୍ଟେମ୍ବରରେ ରାଜ୍ୟର ଧର ଜିଲ୍ଲାରେ ୪ ଜଣ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details