ମୁମ୍ବାଇ: ଫିଲ୍ମ ତଥା ଟେଲି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା(TV Actress Tunisha Sharma Death Case) । ଗିରଫ ହେଲେ କୋ-ଷ୍ଟାର ଶିଜାନ ଖାନଙ୍କୁ ଗିରଫ କରିଲା ପୋଲିସ(Tunisha Sharma's co-star Sheezan Khan) । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଶିଜାନଙ୍କୁ ଗିରଫ କରିଛି ଓ୍ବାଲିଭ ପୋଲିସ (Waliv Police) ।
ପ୍ରକାଶଯୋଗ୍ୟ ଯେ, ତୁନିଷାଙ୍କ ମୃତ୍ୟୁକୁ ନେଇ ତାଙ୍କ ମାଆ କୋ-ଷ୍ଟାର ଶିଜାନ ଖାନ ବିରୋଧରେ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ବିଳମ୍ବିତ ରାତିରେ ଶିଜନ ଖାନଙ୍କୁ ଆଇପିସି ଧାରା ୩୦୬ ଅନୁଯାୟୀ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି । ଆଜି ଶିଜାନଙ୍କୁ କୋର୍ଟରେ ହାଜର କରିବ ଓ୍ବାଲିଭ ପୋଲିସ । ଏନେଇ ଓ୍ବାଲିଭ ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: SHOCKING INCIDENT: ଶିକ୍ଷୟତ୍ରୀଙ୍କ ଆଖିରୁ ବାହାରୁଛି ପଥର, ଡାକ୍ତର ବି ଆଶ୍ଚର୍ଯ୍ୟ
ଏହି ଘଟଣାକୁ ନେଇ ପୋଲିସ କହିଛି, "ତୁନିଷାଙ୍କ ଠାରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ତେଣୁ ଉଭୟ ଆତ୍ମହତ୍ୟା ଏବଂ ହତ୍ୟାକୁ ନେଇ ତଦନ୍ତ କରାଯାଉଛି । ନାଇଗାଓଁରେ ଅବସ୍ଥିତ ଟିଭି ସିରିଏଲ ସେଟର ସମସ୍ତ କର୍ମଚାରୀ ଏବଂ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି । ତୁନିଷା ତାଙ୍କ ମାଆଙ୍କ ସହ ମୁମ୍ବାଇରେ ରହୁଥିଲେ । ଏହି ଘଟଣାକୁ ନେଇ ତାଙ୍କ ମାଆ କୋ-ଷ୍ଟାର ଶିଜାନ ଖାନ ବିରୋଧରେ ଅଭିଯୋଗ କରିଥିଲେ । ଉଭୟଙ୍କ ମଧ୍ୟରେ ବ୍ରେକଅପ ହେବା ଯୋଗୁଁ ଅତିଷ୍ଠ ହୋଇ ତୁନିଷାଙ୍କ ମୃତ୍ୟୁ ହୋଇଥିବା କଥା କହିଛନ୍ତି । ଟିଭି ଶୋ ଅଲି ବାବାରେ ଶିଜାନ ତୁନିଷାଙ୍କ କୋ-ଷ୍ଟାର ଥିଲେ । "