ଓଡିଶା

odisha

76th Independence Day, ଗାଁରେ ବିକଶିତ ହେବ Digital India କହିଲେ ପ୍ରଧାନମନ୍ତ୍ରୀ

By

Published : Aug 15, 2022, 1:30 PM IST

ଡିଜିଟାଲ ଇଣ୍ଡିଆ (Digital India) ବିଷୟରେ କହି ପିଏମ କହିଛନ୍ତି, ଆମେ ୫g ଆଡକୁ ପାଦ ରଖିଛେ । ଡିଜିଟାଲ ଇଣ୍ଡିଆ ଗାଁରେ ବିକଶିତ ହେଉଛି । ଅଧିକ ପଢନ୍ତୁ

76th Independence Day
76th Independence Day

ନୂଆଦିଲ୍ଲୀ:୭୬ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ । ଏହି ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିଟାଲ ଇଣ୍ଡିଆ (Digital India) ବିଷୟରେ କହି ପିଏମ କହିଛନ୍ତି, ''ଆମେ ୫ଜି ଆଡକୁ ପାଦ ରଖିଛେ । ଡିଜିଟାଲ ଇଣ୍ଡିଆ ଗାଁରେ ବିକଶିତ ହେଉଛି । ଗାଁ ଲୋକଙ୍କୁ ସମସ୍ତ ସେବା ଯୋଗାଇବାରେ ଭାରତକୁ ଟେକ୍ନୋଲୋଜି ହବ ବନିବାରେ ସାହାଯ୍ୟ କରିବ। ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଡିଜିଟାଲରୁ ଆସିବ । ଆଇଟି ଦୁନିଆରେ ଭାରତ ଏକ ନୂଆ ରାହା ଦେଖୁଛି । ୫ଜି ଟେକ୍ନୋଲୋଜି ଅପେକ୍ଷାର ଅନ୍ତ ହୋଇଛି । ଖୁବଶୀଘ୍ର ପ୍ରତି ଗାଁରେ ଡିଜିଟାଲ ଇଣ୍ଡିଆର ଲାଭ ପହଞ୍ଚିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, 5ଜି ଟେକ୍ନୋଲୋଜିରେ ପ୍ରବେଶ କରିଛି ଭାରତ । ମୋବାଇଲ ଫୋନ, ସେମିକଣ୍ଡକ୍ଟର ଉତ୍ପାଦନ ହେଉଛି । 'ଡିଜିଟାଲ୍ ଇଣ୍ଡିଆ' ମାଧ୍ୟମରେ ଆମେ ତୃଣମୂଳ ସ୍ତରରେ ବିପ୍ଳବ ଆଣିଛୁ ଏବଂ ଖୁବ୍ ଶୀଘ୍ର ପ୍ରତ୍ୟେକ ଗାଁରେ ଡିଜିଟାଲ୍ ଭାବରେ ଯୋଡି ହେବ । ଆସନ୍ତା ସେପ୍ଟେମ୍ବର 29ରେ ଆଇଏମସି (India Mobile Congress) ଜରିଆରେ 5ଜି ନେଟୱାର୍କର ଶୁଭାରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଡିଜିଟାଲ ପେମେଣ୍ଟରୁ ନେଇ ମୋବାଇଲ ଏବଂ ସେମିକଣ୍ଡକ୍ଟର ଉତ୍ପାଦନରେ ଆମେ ଏକ ପରିବର୍ତ୍ତନ ସମୟରେ ଅଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଭାରତ ଗଣତନ୍ତ୍ରର ଜନନୀ କହିଲେ ମୋଦିି

ଡିଜିଟାଲ ଯୁଗ ଆମ ଚାରିପାଖରେ ପରବର୍ତ୍ତନ ଆଣିଛି । ଏହା ରାଜନୀତି, ଅର୍ଥନୀତି ଏବଂ ସମାଜକୁ ଆଧୁନିକତା ପ୍ରବେଶ କରାଇଛି । ଭାରତ ଏକ ଆକାଂକ୍ଷା ସମାଜ ଯେଉଁଠାରେ ପରିବର୍ତ୍ତନ ଏକ ସାମୂହିକ ଆତ୍ମା ​​ଦ୍ୱାରା ପରିଚାଳିତ ହେଉଛି । ପ୍ରକାଶ ଥାଉକି 5ଜି ସ୍ପେକ୍ଟ୍ରମର ସଫଳ ନିଲାମି ସରିଛି । ଖୁବଶୀଘ୍ର ହାଇସ୍ପିଡ 5ଜି ମୋବାଇଲ ସେବା ଉପଭୋଗ ଅପେକ୍ଷାରେ ଦେଶବାସୀ ।

ABOUT THE AUTHOR

...view details