ଓଡିଶା

odisha

By

Published : Dec 15, 2020, 11:35 AM IST

Updated : Dec 15, 2020, 11:47 AM IST

ETV Bharat / bharat

ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧ ବାର୍ଷିକୀ: ଶ୍ରଦ୍ଧାଞ୍ଜଳି ଦେଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆଜି ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 70ତମ ଶ୍ରାଦ୍ଧ ବାର୍ଷିକୀ। ଶ୍ରଦ୍ଧାଞ୍ଜଳି ଦେଲେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିକ ପଢନ୍ତୁ...

ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି
ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 70ତମ ଶ୍ରାଦ୍ଧ ବାର୍ଷିକୀ। 31 ଅକ୍ଟୋବର 1875ରେ ଗୁଜରାଟର ଖେଡାଠାରେ ଜନ୍ମଗ୍ରହଣ କରିଥିଲେ ସର୍ଦ୍ଦାର । 15 ଡିସେମ୍ବର 1950ରେ ମୁମ୍ବାଇରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ସାରା ଦେଶ ସର୍ଦ୍ଦାରଙ୍କୁ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ପଟେଲଙ୍କୁ ତାଙ୍କ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି

ଏନେଇ ନାଇଡୁ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ, ‘ମୁଁ ଯେଉଁ ନେତାଙ୍କୁ ମୁଁ ଅଧିକ ପ୍ରଶଂସା କରେ, ସେ ହେଉଛନ୍ତି ଆଇରନ୍ ମ୍ୟାନ ଅଫ୍ ଇଣ୍ଡିଆ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ’। ନାଇଡୁ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଏବଂ 560 ରୁ ଅଧିକ ରାଜତନ୍ତ୍ର ରାଜ୍ୟକୁ ଯୋଡି ଅଖଣ୍ଡ ଭାରତ ଗଢିବାରେ ତାଙ୍କର ଅତୁଳନୀୟ ପ୍ରୟାସ ପ୍ରତ୍ୟେକ ଭାରତୀୟଙ୍କୁ ସବୁଦିନ ପାଇଁ ପ୍ରେରଣା ଯୋଗାଇବ।

ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି

ଅନ୍ୟପଟେ ମୋଦୀ ଟ୍ବିଟ୍ ଜରିଆରେ ଲେଖିଛନ୍ତି, ‘ମୁଁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯିଏ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତର ମୂଳଦୁଆ ପକାଇଥିଲେ’।

@ IANS

Last Updated : Dec 15, 2020, 11:47 AM IST

ABOUT THE AUTHOR

...view details