ଭୋପାଳ: ମଧ୍ୟପ୍ରଦେଶର 19 ଜିଲ୍ଲାରେ 28 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଜାରି । ସକାଳ 7ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ସନ୍ଧ୍ୟା 6ଟା ଯାଏଁ ମତଦାନ ଚାଲିବ ବୋଲି ସୂଚନା ମିଳିଛି । ଏହି ନିର୍ବାଚନ ଶିବରାଜ ସିଂ ଚୌହାନ ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ତେବେ ସମସ୍ତ ବୁଥରେ ପ୍ରଥମେ ଥର୍ମାଲ ସ୍କ୍ରିଂନି କରିବା ପରେ ଭୋଟ ଦେବାକୁ ଛଡାଯାଉଛି । କୋଭିଡ୍ କଟକଣା ଅନୁସାରେ ଭୋଟ ଗ୍ରହଣ ହେଉଥିବା ଜଣାପଡିଛି । ସମସ୍ତ ବୁଥକୁ ପ୍ରଥମେ ବିଶୋଧନ କରାଯାଇ ପରେ ମତଦାନ ହେଉଛି । 28ଟି ଆସନରେ 12 ମନ୍ତ୍ରୀଙ୍କ ସମେତ 355 ପ୍ରାର୍ଥୀ ରହିଛନ୍ତି ।