ଲକ୍ଷ୍ନୌ:ଉତ୍ତର ପ୍ରେଦଶରେ ଜାରି ରହିଥିବା ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ ଟା ସୁଦ୍ଧା 57.79 ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସୂଚନା ଦେଇଛନ୍ତି । ପୂର୍ବ ଧାରା ବଜାୟ ରଖି ଶ୍ୟାମଲି ବିଧାନସଭା କ୍ଷେତ୍ରରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଗାଜିଆବାଦ ବିଧାନସଭା କ୍ଷେତ୍ର ସର୍ବନିମ୍ନ ଭୋଟିଂ ହାରରେ ରହିଛି ।
ସନ୍ଧ୍ୟା ୬ଟାରେ ଭୋଟିଂ ଶେଷ ହୋଇଥିବାବେଳେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ତଥ୍ୟ କିଛି ସମୟ ମଧ୍ୟରେ ନିର୍ବାଚନ କମିଶନ ଘୋଷଣା କରିବେ । ତେବେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନରେ କୌଣସି ବଡ ଧରଣର ହିଂସା କିମ୍ବା ଉତ୍ତେଜନା ପ୍ରକାଶ ପାଇଥିବା ଘଟଣା ସାମ୍ନାକୁ ଆସିନାହିଁ ।