ଗାନ୍ଧୀନଗର:ବହୁଚର୍ଚ୍ଚିତ ଗୁଜୁରାଟ ବିଧାନସଭା ପାଇଁ ଜାରି ରହିଛି ପ୍ରଚାର । ଶାସକ ଭାରତୀୟ ଜନତା ପାର୍ଟି ଓ ବିରୋଧୀ କଂଗ୍ରେସ ମଧ୍ୟରେ ପାରମ୍ପାରିକ ଲଢେଇ ଦେଖିବାକୁ ମିଳୁଥିବା ବେଳେ ଚଳିତ ଥର ଏହି ନିର୍ବାଚନୀ ମୈଦାନରେ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି । ଏହାରି ମଧ୍ୟରେ ବହୁ ସଂଖ୍ୟାରେ ଜନମତ ପାଇ ତାଙ୍କ ଦଳ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭ ଦେଖାଇଛନ୍ତି କେଜ୍ରିଓ୍ବାଲ । କେଜ୍ରିଓ୍ବଲ ଓ ଗୁଜୁରାଟ ବିଧାନସଭା ନିର୍ବାଚନରେ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଇସୁଦାନ ଗଡଭୀଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ଗୁଜୁରାଟ ବ୍ୟୁରୋ ଚିଫ୍ ।
ଦଳ କେତେ ଆସନ ଜିତିବାକୁ ଆଶା ରଖିଛି ପ୍ରଶ୍ନରେ କେଜ୍ରିଓ୍ବାଲ କହିଛନ୍ତି, "ଆମେ ସରକାର ଗଠନ କରିବୁ । ପ୍ରଥମ ଥର କୌଣସି ଦଳ ଦରଦାମ ବୃଦ୍ଧିକୁ ଅନ୍ତ କରିବା ପ୍ରତିଶୃତି ସହ ନିର୍ବାଚନକୁ ଓହ୍ଲାଇଛି । ସ୍ଥିତି ଏମିତି ଯେ, ମାସ ଶେଷକୁ ଲୋକଙ୍କ ପକେଟରେ ଦରମା ରହୁ ନାହିଁ । ଦରଦାମ ଅହେତୁକ ବୃଦ୍ଧି ବର୍ତ୍ତମାନ ସାଧାରଣ ଜନତାଙ୍କ ପାଇଁ ସବୁଠୁ ବଡ ଉଦବେଗର ବିଷୟ । ଯଦି ଆମେ ସରକାର ଗଠନ କରୁଛୁ, ତେବେ ଗୁଜୁରାଟରେ ବିଜୁଳି ଦେୟମୁକ୍ତ ହେବ । ଲୋକମାନେ ବିଜୁଳିରେ ଖର୍ଚ୍ଚ କରୁଥିବା ରାଶି ସଞ୍ଚୟ କରିପାରିବେ । ଆମେ ଏହା ଦିଲ୍ଲୀରେ କରି ଦେଖାଇଛୁ, ଲୋକେ ଆମ କଥାକୁ ଗୁଜୁରାଟରେ ମଧ୍ୟ ବିଶ୍ବାସକୁ ନେବେ ।"
ସେହିପରି ଦିଲ୍ଲୀର ଶିକ୍ଷାଦାନ ବ୍ୟବସ୍ଥାରେ ପାରଦର୍ଶିତା ଆସିଥିବା କହି ଦିଲ୍ଲୀ ସ୍କୁଲର ଉଦାହରଣ ଦେଇଛନ୍ତି କେଜ୍ରିଓ୍ବାଲ । ଏବେ ଦିଲ୍ଲୀର ସ୍କୁଲ ଘରୋଇ ସ୍କଲ ଠାରୁ ମଧ୍ୟ ଅଧିକ ଗୁଣବତ୍ତାର ଶିକ୍ଷା ପ୍ରଦାନ କରୁଛି । ଆମେ ସେହି ନୀତି ଗୁଜୁରାଟରେ ମଧ୍ୟ ଲାଗୁ କରିବୁ । ଗୁଜୁରାଟର ଶିଶୁଙ୍କୁ ଦେୟମୁକ୍ତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମର କାର୍ଯ୍ୟ ହେବ । ସେହିପରି ସ୍ବାସ୍ଥ୍ୟସେବାରେ ମଧ୍ୟ ଦିଲ୍ଲୀ ଢାଞ୍ଚା ଗୁଜୁରାଟରେ କାର୍ଯ୍ୟକାରୀ ହେବ । ରାଜଧାନୀ ପରି ମୋହଲା କ୍ଲିନିକରେ ମୁକ୍ତ ତଥା ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । ଦିଲ୍ଲୀରେ ତାଙ୍କ ସରକାର 12 ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଗୁଜୁରାଟରେ ମଧ୍ୟ ନିଯୁକ୍ତି ଉପରେ ତାଙ୍କ ସରକାର ପ୍ରାଧାନ୍ୟ ଦେବା ନେଇ କେଜ୍ରିଓ୍ବାଲ କହିଛନ୍ତି ।
କେତେ ଆସନ ଜିତିବ ଆପ୍ ?