ଓଡିଶା

odisha

By

Published : Apr 2, 2021, 10:58 PM IST

ETV Bharat / bharat

‘ଏନଡିଏକୁ ଭୋଟ୍ ପୁଞ୍ଜି ବିନିଯୋଗ ପାଇଁ ଭୋଟ୍’

ତାମିଲନାଡୁ ମଦୁରାଇରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ପାଇଁ ଭୋଟ୍, ଏହି ଅଞ୍ଚଳରେ ଅଧିକ ପୁଞ୍ଜି ବିନିଯୋଗ ଏବଂ ବିକାଶ ପାଇଁ ଭୋଟ୍ ଅଟେ। ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚେନ୍ନାଇ: ତାମିଲନାଡୁ ମଦୁରାଇରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ପାଇଁ ଭୋଟ୍ ଏହି ଅଞ୍ଚଳରେ ଅଧିକ ପୁଞ୍ଜି ବିନିଯୋଗ ଏବଂ ବିକାଶ ପାଇଁ ଭୋଟ୍ ଅଟେ । ସେ ଏହା ମଧ୍ୟ କହିଛନ୍ତି, ଅଧିକ ଶିଳ୍ପ ଆସିବା ପାଇଁ ଆମେ ସଠିକ୍ ପରିବେଶ ସୃଷ୍ଟି କରୁଛୁ, ବିଶେଷ କରି ଆମ କୃଷକଙ୍କ ସହାୟତା ପାଇଁ କୃଷି ଶିଳ୍ପଗୁଡିକକୁ ଅଧିକ ପ୍ରାଧାନ୍ୟ ଦିଆଯିବ ।

ସେ କହିଛନ୍ତି, ‘ଚଳିତ ବର୍ଷର କେନ୍ଦ୍ର ବଜେଟରେ ଅନେକ ଅର୍ଥନୈତିକ କରିଡର ଘୋଷଣା କରାଯାଇଛି ଏବଂ ସେଥିମଧ୍ୟରୁ ଗୋଟିଏ ହେଉଛି ମଦୁରାଇ-କୋଲାମ କରିଡର। ରାଜ୍ୟରେ ରେଳ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଆବଣ୍ଟିତ ପାଣ୍ଠି 2009 ତୁଳନାରେ ରେକର୍ଡ 238% ବୃଦ୍ଧି ପାଇଛି ’। ତାମିଲନାଡୁରେ ଜଳ ଜୀବନ ମିଶନ କାର୍ଯ୍ୟାନ୍ୱୟନ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମିଶନ ଆରମ୍ଭ ହେବା ଦିନଠାରୁ 16 ଲକ୍ଷରୁ ଅଧିକ ଟ୍ୟାପ ଯୋଗେ ଜଳ ସଂଯୋଗ ଯୋଗାଇ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଅଞ୍ଚଳର ଲୋକଙ୍କ ମଧ୍ୟର ଦୃଢ ମନ ଏବଂ ବଡ଼ ହୃଦୟ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ‘ବହୁ ବର୍ଷ ପୂର୍ବେ ମୋ ଘର ଗୁଜୁରାଟରୁ ଲୋକେ ମଦୁରାଇ ଆସିଥିଲେ । ମଦୁରାଇ ସେମାନଙ୍କୁ ଯେଉଁଭଳି ଭାବେ ଗ୍ରହଣ କରିଛନ୍ତି ତାହା ହେଉଛି ‘ଏକ ଭରତ, ଶ୍ରେଷ୍ଠ ଭାରତ’ର ଏକ ଉତ୍କୃଷ୍ଟ ଉଦାହରଣ । ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ୍ 6 ରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details