ହାଇଦ୍ରାବାଦ: ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲବେଳେ ଅଂଶ ଗ୍ରହଣ କରିଥିବା ସ୍ବେଚ୍ଛାସେବୀଙ୍କ ମୃତ ଘଟଣାରେ ସ୍ପଷ୍ଟୀକରଣ ରଖିଛି କମ୍ପାନୀ । ସଂସ୍ଥା ଦ୍ବାରା ଦିଆଯାଇଥିବା ସ୍ପଷ୍ଟୀକରଣରେ ଦର୍ଶାଯାଇଛି ଯେ ଟିକାର ନେବାର 9 ଦିନ ପରେ ସ୍ବେଚ୍ଛାସେବୀଙ୍କର ଦେହାନ୍ତ ହୋଇଛି । ତେଣୁ ତାଙ୍କ ମୃତ୍ୟୁ ସହ ଟିକାର କୌଣସି ସମ୍ପର୍କ ନାହିଁ ।
ଭୋପାଳସ୍ଥିତ ଗାନ୍ଧୀ ମେଡିକାଲ କଲେଜ ଦ୍ବାରା ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ବିଷକ୍ରିୟା ଜନିତ କାରଣରୁ ସ୍ବେଚ୍ଛାସେବୀଙ୍କର ହୃଦଜନିତ ଗୁରୁତର ସମସ୍ୟା ଦେଖାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେଣୁ ଏଥିରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଜନିତ ମୃତ୍ୟୁ ଆଶଙ୍କାକୁ ଖଣ୍ଡନ କରିଛି ପ୍ରସ୍ତୁତକାରୀ କମ୍ପାନୀ ।