ଓଡିଶା

odisha

By ETV Bharat Odisha Team

Published : Sep 4, 2023, 10:37 AM IST

ETV Bharat / bharat

ନୀରବି ଗଲା ଚନ୍ଦ୍ରଯାନ-3 କାଉଣ୍ଟଡାଉନ କରିଥିବା ସ୍ବର

ଚନ୍ଦ୍ରଯାନ-3 ଉତକ୍ଷେପଣ କାଉଣ୍ଟଡାଉନ କରିଥିବା ସେ ସ୍ବର ସବୁଦିନ ପାଇଁ ନୀରବି ଯାଇଛି । ଇସ୍ରୋ ମହିଳା ବୈଜ୍ଞାନିକ ଯିଏ କି ଚନ୍ଦ୍ରଯାନ-3 ଉତକ୍ଷେପଣ କାଉଣ୍ଟଡାଉନ କରିଥିଲେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

ନୀରବି ଗଲା ଚନ୍ଦ୍ରଯାନ-3 କାଉନଡାଉନ କରିଥିବା ସ୍ବର
Chandrayaan 3 launch countdown Isro scientist passes away

ବେଙ୍ଗାଲୁରୁ: ଚନ୍ଦ୍ରଯାନ 3 ଉତକ୍ଷେପଣ ବେଳେ ସେହି ସ୍ବର କାନରେ ବାଜୁଥାଏ । 10,9,8...1,0ର ସେହି କାଉନଡାଉନ ସହ 140 କୋଟି ଭାରତୀୟଙ୍କ ନଜର ଟିଭି ପରଦାରେ ଥାଏ । ଗୋଟିଏ ପଟେ ସେହି ସ୍ବର ଆଗକୁ ବଢୁଥାଏ ତ ଭାରତବାସୀଙ୍କ ହୃଦସ୍ପନ୍ଦର ବଢୁଥାଏ । ହେଲେ ଆଜି ସେହି ସ୍ବର ନୀରବି ଯାଇଛି । ଚନ୍ଦ୍ରଯାନ 3 ଲଞ୍ଚର କାଉଣ୍ଟଡାଉନ କରିଥିବା ସ୍ବର ଆଉ ଶୁଣିବାକୁ ମିଳିବ ନାହିଁ । ଚନ୍ଦ୍ରଯାନ 3 ସମେତ ଅନେକ ସାଟେଇଲାଇଟ ଲଞ୍ଚ କାଉନଡାଉନ ସମୟରେ ସ୍ବର ଦେଇଥିବା ସେହି ଇସ୍ରୋ ମହିଳା ବୈଜ୍ଞାନିକ ଏନ ଭଲରମଥିଙ୍କ ପରଲୋକ ହୋଇଛି । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଶେଷ ଥର ପାଇଁ ସେ ଇସ୍ରୋର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-3 ଉତକ୍ଷେପଣରେ କାଉଣ୍ଟଡାଉନ ସ୍ବର ଦେଇଥିଲେ ।

ତାମିଲନାଡୁର ଅରିୟାଲୁର ନିବାସୀ ଏନ ଭଲରମଥି ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ପୂର୍ବତନ ଇସ୍ରୋ ନିର୍ଦ୍ଦେଶକ ପିଭି ଭେଙ୍କଟକ୍ରିଷ୍ଣା ଶୋକ ପ୍ରକାଶ କରି ଚନ୍ଦ୍ରଯାନ-3 ଉତକ୍ଷେପଣ କାଉଣ୍ଟଡାଉନ ତାଙ୍କ ଶେଷ ଘୋଷଣା ଥିଲା । ତାଙ୍କ ବିୟୋଗକୁ ସହଜରେ ଗ୍ରହଣ କରି ହେଉନାହିଁ ବୋଲି କହିଛନ୍ତି । ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଇସ୍ରୋ ବୈଜ୍ଞାନିକ ଏନ ଭଲରମଥିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ପିଲାଦିନୁ ବୈଜ୍ଞାନିକ ହେବାର ସ୍ବପ୍ନ ଦେଖୁଥିବା ଏନ ଭଲରମଥି ଇଞ୍ଜିନିୟରିଂ ପାଠପଢା ପରେ ଇସ୍ରୋରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ । ଅନେକ ରିସର୍ଚ୍ଚ ଓ ସାଟେଲାଇଟ ଉତକ୍ଷେପଣରେ ସାମିଲ ହୋଇ ଉତକ୍ଷେପଣରେ ଓଲଟା ଗଣତିରେ ନିଜର ଦମଦାର ସ୍ବର ଦେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସବୁ ଲଞ୍ଚିଂ ସମୟରେ ତାଙ୍କୁ ଖୋଜା ପଡୁଥିଲା । ତାଙ୍କର ସେହି ସ୍ବର ଲଞ୍ଚଂ ସମୟରେ ଅଧିକ ରୋମାଞ୍ଚ ଭରି ଦେଉଥିଲା ହେଲେ ଆଉ ସେ ସ୍ବର ଶୁଭିବ ନାହିଁ । ସବୁ ଦିନ ପାଇଁ ସ୍ବର ନୀରବି ଯାଇଛି ।

ଏହା ବି ପଢନ୍ତୁ...Aditya L1 Mission: ବୈଜ୍ଞାନିକଙ୍କ ତେନାକ୍ସି କନେକ୍ସନଙ୍କୁ ନେଇ ଚର୍ଚ୍ଚା

ଏହା ବି ପଢନ୍ତୁ...ଚନ୍ଦ୍ରଯାନ-3ରୁ ମିଳିଥିବା ପ୍ରେରଣା ଆଦିତ୍ୟ L1 ପାଇଁ ଆମକୁ ଶକ୍ତି ଯୋଗାଇଛି: ନିଗାର ସାଜି

ପ୍ରକାଶ ଥାଉ କି, ଜୁଲାଇ 14 ତାରିଖରେ ସମୟ ଅପରାହ୍ନ 2ଟା 35ମିନିଟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO)ର ତୃତୀୟ ଚନ୍ଦ୍ର ଅଭିଯାନ ଉତକ୍ଷେପଣ ହୋଇଥିଲା । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱାନ କେନ୍ଦ୍ରରୁ ଚନ୍ଦ୍ରଯାନ-3 140 କୋଟି ଭାରତୀୟଙ୍କ ସ୍ବପ୍ନ ନେଇ ଉଡାଇ ଭରିଥିଲା । ବିଶାଳକାୟ ଏମଭିଏମ3-ଏମ4 । 43.5 ମିଟର ଉଚ୍ଚ ଓ 642 ଟନ ଓଜନ ବିଶିଷ୍ଟ ଲଞ୍ଚ ଭେହିକିଲ ମାର୍କ-ପର ଏହି ମିଶନ ଆରମ୍ଭ ହୋଇଥିଲା । ଏହାପରେ ଅଗଷ୍ଟ 23 ତାରିଖରେ ଚନ୍ଦ୍ରରେ ସଫଳ ସଫ୍ଟ ଲ୍ୟାଣ୍ଡିଂ କରିଥିବା ଚନ୍ଦ୍ରଯାନ -3 ।

ABOUT THE AUTHOR

...view details