ଓଡିଶା

odisha

ETV Bharat / bharat

The Kashmir Files: ଅଭିନେତା ପ୍ରକାଶ ରାଜଙ୍କୁ ଅର୍ବାନ ନକ୍ସଲ ଓ ଅନ୍ଧକାର ରାଜ କହିଲେ ବିବେକ ଅଗ୍ନିହୋତ୍ରୀ

କାଶ୍ମୀର ଫାଇଲ୍ସକୁ ନେଇ ପୁଣି ତୁତୁ ମେଁମେଁ । ଅଭିନେତା ପ୍ରକାଶ ରାଜଙ୍କୁ ଅର୍ବାନ ନକ୍ସଲ ଓ ଅନ୍ଧକାର ରାଜ କହିଲେ ବିବେକ ଅଗ୍ନିହୋତ୍ରୀ । ପ୍ରକାଶରାଜ କହିଥିଲେ ନନସେନ୍ସ ଫିଲ୍ମ । ଅଧିକ ପଢନ୍ତୁ

ଅଭିନେତା ପ୍ରକାଶ ରାଜଙ୍କୁ ଅର୍ବାନ ନକ୍ସଲ କହିଲେ ବିବେକ ଅଗ୍ନିହୋତ୍ରୀ
ଅଭିନେତା ପ୍ରକାଶ ରାଜଙ୍କୁ ଅର୍ବାନ ନକ୍ସଲ କହିଲେ ବିବେକ ଅଗ୍ନିହୋତ୍ରୀ

By

Published : Feb 9, 2023, 9:32 PM IST

ମୁମ୍ବାଇ:ଚର୍ଚ୍ଚିତ ବାସ୍ତବଧର୍ମୀ ଚଳଚିତ୍ର କାଶ୍ମୀର ଫାଇଲ୍ସ ମୁକ୍ତିଲାଭ କରିବାର ଦୀର୍ଘ ବର୍ଷେ ହେଲାଣି । ହେଲେ ଏବେ ମଧ୍ୟ ବିବାଦ ଥମିବାର ନାଁ ନେଉନାହିଁ । ଅଭିନେତା ପ୍ରକାଶରାଜ ଓ କାଶ୍ମୀର ଫାଇଲ୍ସ ନିର୍ମାତା ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ମଧ୍ୟରେ କମେଣ୍ଟ ଓ କାଉଣ୍ଟର କମେଣ୍ଟ ଦେଖିବାକୁ ମିଳିଛି । ପ୍ରକାଶରାଜଙ୍କୁ ଅର୍ବାନ ନକ୍ସଲ ସହ ଅନ୍ଧକାରରାଜ ବୋଲି କହିଛନ୍ତି ବିବେକ । ପୂର୍ବରୁ ତାଙ୍କ ନିର୍ଦ୍ଦେଶିତ ସିନେମା କାଶ୍ମୀର ଫାଇଲ୍ସକୁ କଟାକ୍ଷ କରି ପ୍ରକାଶରାଜ ଏହାକୁ ଏକ ନନସେନ୍ସ ଫିଲ୍ମ କହିବା ସହ ନିର୍ମାତା ଲଜ୍ଜା ଅନୁଭବ କରିବା ଉଚିତ ବୋଲି କହିଥିଲେ । ପାଲଟା ଜବାବରେ ଅଗ୍ନିହୋତ୍ରୀ କହିଛନ୍ତି ଏହି ସିନେମା ଅର୍ବାନ ନକ୍ସଲଙ୍କ ନିଦ ହଜାଇଛି ।

ଏନେଇ ବିବେକ ଟ୍ବିଟ କରି କହିଛନ୍ତି,‘‘ଜଣେ ସାଧାରଣ ଲୋକଙ୍କ ଦ୍ବାରା ନିର୍ମିତ ସିନେମା ‘‘ଦି କାଶ୍ମୀର ଫାଇଲ୍ସ’’ ଅର୍ବାନ ନକ୍ସଲଙ୍କ ନିଦ ହଜାଇଛି ।’’ ସେହିପରି ସେ କେରଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରକାଶରାଜ ଚଳଚ୍ଚିତ୍ରକୁ ନେଇ କରିଥିବା କଟାକ୍ଷପୂର୍ଣ୍ଣ ମନ୍ତବ୍ୟର ଏକ ଭିଡିଓ କ୍ଲିପ ମଧ୍ୟ ନିଜ ଟ୍ବିଟ୍‌ରେ ସଂଲଗ୍ନ କରିଛନ୍ତି । ସେହିପରି ସେ ଅନ୍ୟ ଏକ ଟ୍ବିଟରେ ମଧ୍ୟ ଏହାକୁ ନେଇ ଭୀଷଣ ମାତ୍ରାରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି । କହିଛନ୍ତି ଯେଉଁ ଅର୍ବାନ ନକ୍ସଲ ଓ ବିଦ୍ବାନ ସିନେ ନିର୍ମାତାମାନେ ଇସ୍ରାଏଲରୁ ଫେରିଛନ୍ତି , ସେମାନେ କାଶ୍ମୀର ଫାଇଲ୍ସରେ ଥିବା କୌଣସି ଦୃଶ୍ୟପଟ କିମ୍ବା ସଂଳ୍ପାପ ମିଥ୍ୟା ବୋଲି ପ୍ରାମାଣ କରି ଦେଖାନ୍ତୁ । ମିଥ୍ୟା ପ୍ରମାଣିତ କରିଦେଲେ ସେ ସିନେମା ନିର୍ମାଣ କରିବା ଛାଡିଦେବେ ବୋଲି ଅଗ୍ନିହୋତ୍ରୀ କହିଛନ୍ତି । ଏହି ଲୋକମାନେ କେବଳ ଏହି ପ୍ରସଙ୍ଗରେ ନୁହେଁ ବରଂ ସବୁବେଳେ ଭାରତ ବିରୋଧରେ ରହି ଆସିଛନ୍ତି । ସେମାନେ ସବୁବେଳେ କାଶ୍ମୀରରେ ଘଟିଥିବା ସତ୍ୟ ସାମାଜର ସାମ୍ନାକୁ ନଆସୁ ବୋଲି ଉଦ୍ୟମ କରିଥାନ୍ତି ବୋଲି ଅଗ୍ନିହୋତ୍ରୀ କିହିଛନ୍ତି ।

କେରଳରେ ଆୟୋଜିତ ମାତୃଭୂମି ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲରେ କାଶ୍ମୀର ଫାଇଲ୍ସକୁ ଅତି କଡା ଭାଷାରେ ସମାଲୋଚନା କରିଥିଲେ ବରିଷ୍ଠ ଅଭିନେତା ତଥା ରାଜନେତା ପ୍ରକାଶରାଜ । ପ୍ରକାଶରାଜ କହିଥିଲେ ‘‘ଏହା ଏକ ନନସେନ୍ସ ସିନେମା । ଏହାକୁ କି’ଏ ନିର୍ମାଣ କିରଛନ୍ତି, ତାହା ମଧ୍ୟ ସମସ୍ତେ ଜାଣନ୍ତି । ଅନ୍ତର୍ଜାତୀୟ ବିଚାରକ ଏହା ଉପରେ ଛେପ ଫୋପାଡିଲେ, ତଥାପି ଏହାର ନିର୍ମାତା ନିର୍ଦ୍ଦେଶକ କହୁଛନ୍ତି, ସିନେମାକୁ କାହିଁକି ଓସ୍କାର ମିଳିବନାହିଁ । ଏବେ ପର୍ଯ୍ୟନ୍ତ ମଧ୍ୟ ସେମାନେ ଲଜ୍ଜା ଅନୁଭବ କରୁନାହାନ୍ତି । ଓସ୍କାରର ଦୂରର କଥା ସେମାନେ ଭାସ୍କର ମଧ୍ୟ ପାଇବେ ନାହିଁ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details