ଓଡିଶା

odisha

ETV Bharat / bharat

ଘନକୁହୁଡି ପାଇଁ ଭୁବନେଶ୍ବରରେ ଅବତରଣ କରିପାରିଲାନି ବିମାନ, କୋଲକାତା ଡାଇଭର୍ଟ - ଭୁବନେଶ୍ବରରେ ଘନ କୁହୁଡି

ବିମାନ ସେବାରେ ଅଚଳାବସ୍ଥା ସୃଷ୍ଟି କରୁଛି ଘନକୁହୁଡି । ଭୁବନେଶ୍ବରରେ ଅବତରଣ କରିନପାରି କୋଲକାତା ଡାଇଭର୍ଟ ହେଲା ମୁମ୍ବାଇରୁ ଆସିଥିବା ବିମାନ । ଅଧିକ ପଢନ୍ତୁ

ଘନକୁହୁଡି ପାଇଁ ଭୁବନେଶ୍ବରରେ ଅବତରଣ ହୋଇପାରିଲାନି ଅବତରଣ
ଘନକୁହୁଡି ପାଇଁ ଭୁବନେଶ୍ବରରେ ଅବତରଣ ହୋଇପାରିଲାନି ଅବତରଣ

By

Published : Jan 19, 2023, 5:02 PM IST

ହାଇଦ୍ରାବାଦ:ଘନକୁହୁଡି କାରଣରୁ ଭୁୁବନେଶ୍ବରରେ ଅବତରଣ କରିପାରିଲାନି ମୁମ୍ବାଇରୁ ଆସିଥିବା ବିମାନ । ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିଥିବା ଭିସ୍ତାରା ଏୟାର ଲାଇନ୍ସର ଏକ ବିମାନ ଘନକୁହୁଡି କାରଣରୁ ଅବତରଣ କରି ନପାରିପାରିବାରୁ କୋଲକାତାକୁ ଡାଇଭର୍ଟ କରାଯାଇଛି । ବିମାନଟି କୋଲକାତା ବିମାନ ବନ୍ଦରରେ ପୂର୍ବାହ୍ନ ପ୍ରାୟ ସାଢେ 9ଟାରେ ଅବତରଣ କରିଛି ।

ଭିସ୍ତାରା ଏୟାର ଲାଇନ୍ସର UK-543 ବିମାନ ମୁମ୍ବାଇରୁ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିଥିଲା । ତେବେ ସକାଳ ପ୍ରାୟ 8 ଟାରେ ବିମାନଟି ଅବତରଣ କରିବାକୁ ଥିବା ବେଳେ ଭୁବନେଶ୍ବର ଆକାଶରେ ଘନକୁହୁଡି ରହିଥିଲା । ଲୋ-ଭିଜିବିଲିଟି କାରଣରୁ ବିମାନଟି ଅବତରଣ କରିବାରେ ସଫଳ ହୋଇନଥିଲା । ପରେ ଏଟିସି ପକ୍ଷରୁ ଏହାକୁ ନିକଟତମ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଡାଇଭର୍ଟ କରାଯାଇଥିଲା । କୋଲକାତା ଏଟିସି ଅନୁମତି ଦେବା ପରେ ବିମାନଟି ସେଠାରେ ସାଢେ 9ଟାରେ ଅବତରଣ କରିଛି । ପ୍ରତିକୂଳ ପାଗ ଯୋଗୁଁ ବିମାନ ଭୁବନେଶ୍ବର ପରିବର୍ତ୍ତେ କୋଲକତାରେ ଅବତରଣ କରିବା ସମ୍ପର୍କରେ ଏୟାର ଲାଇନ୍ସ ପକ୍ଷରୁ ଟ୍ବିଟ୍‌ କରି ସୂଚନା ପ୍ରଦାନ କରାଯାଇଛି । ତେବେ ବିମାନରେ କେତେ ଯାତ୍ରୀ ଥିଲେ ସେ ନେଇ ସଂସ୍ଥା କୌଣସି ସୂଚନା ଦେଇନି ।

ତେବେ ରାଜଧାନୀ ଭୁବନେଶ୍ବର ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଘନକୁହୁଡି ଦେଖିବାକୁ ମିଳୁଛି । ତାପମାତ୍ରା ମଧ୍ୟ ହ୍ରାସ ପାଇ ସର୍ବନିମ୍ନ 19ରୁ ସର୍ବାଧିକ 30 ଡିଗ୍ରୀ ମଧ୍ୟରେ ରହୁଛି । ଥଣ୍ଡା ସାଙ୍ଗକୁ ଘନକୁହୁଡି ଫଳରେ ଲୋ-ଭିଜିବିଲିଟି ଅବସ୍ଥା ସୃଷ୍ଟି ହେଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାକଳନ ଅନୁସାରେ, ରାଜ୍ୟରେ ଏପରି ସ୍ଥିତି ଚଳିତ ମାସ 21 ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ । ପରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବା ସହ କୁହୁଡି ପରିମାଣ ମଧ୍ୟ ହ୍ରାସ ପାଇବ ।

ଘନ କୁହୁଡ଼ି କାରଣରୁ ବିମାନ ସେବା ସମେତ ରେଳ ଓ ସଡ଼କ ଯୋଗାଯୋଗ ମଧ୍ୟ ପ୍ରଭାବିତ ହେବାରେ ଲାଗିଛି । ସକାଳେ ପ୍ରାୟ ସମସ୍ତ ଯାତାୟତରେ ବାଧା ସୃଷ୍ଟି ହେବା ସହ କେତେକାଂଶରେ ଦୁର୍ଘଟଣାର ଖବର ମଧ୍ୟ ସାମ୍ନାକୁ ଆସୁଛି । ରାଜଧାନୀ ଦିଲ୍ଲୀ ସମେତ ଅନେକ ଉତ୍ତର ଭାରତ ସହରରେ ସକାଳ ସମୟରେ ବିମାନ ସେବା ନିୟମିତ ବାଧାପ୍ରାପ୍ତ ହେଉଛି । ନିକଟରେ ଦିଲ୍ଲୀରେ ଅବତରଣ କରିବାକୁ ଥିବା 3 ଅନ୍ତର୍ଜାତୀୟ ବିମାନକୁ ରାଜସ୍ଥାନ ଜୟପୁରକୁ ଡାଇଭର୍ଟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details