କୋଭିଡ ଟିକା ପରିବହନ ଅଭିଯାନରେ ସାମିଲ ଭିସ୍ତାରା - କୋଭିଡ ଟୀକା ପରିବହନ
ଭିସ୍ତାରା କୋଭିଡ-19 ଟିକା ପରିବହନରେ ସକ୍ରିୟ ଭାବେ ସାମିଲ ଅଛି । ଆଉ ଏହା ସରକାର ଦ୍ବାରା ମଞ୍ଜୁରୀ ପ୍ରାପ୍ତ ଯୋଗାଣକାରୀ ସହ ସହଯୋଗ କରୁଛି । ଅଧିକ ପଢନ୍ତୁ..
ମୁମ୍ବାଇ: କୋଭିଡ-19 ଟିକା ପରିବହନ ଅଭିଯାନରେ ସାମିଲ ହେଲା ଘରୋଇ ବିମାନ କମ୍ପାନୀ ଭିସ୍ତାରା । ବୁଧବାର ଏହା ଦେଶର ବିଭିନ୍ନ ସ୍ଥାନକୁ ଭ୍ୟାକ୍ସିନର ପଠାଇଛି । ଯେଉଁଥିରେ ମୁମ୍ବାଇରୁ ବାରଣାସୀ ଅଭିମୁଖେ ଉଡାଣ ଅନ୍ତର୍ଭୁକ୍ତ ରହିଛି ।
ଭିସ୍ତାରା, ଭାରତର ଟାଟା ସମୂହ ଓ ସିଙ୍ଗାପୁର ଏୟାରଲାଇନ୍ସର ଏକ ମିଶ୍ରଣ । କମ୍ପାନୀର ଏକ ବିବୃତ୍ତିରେ କୁହାଯାଇଛି କି, ଭିସ୍ତାରା କୋଭିଡ-19 ଟୀକା ପରିବହନରେ ସକ୍ରିୟ ଭାବେ ସାମିଲ ଅଛି । ଆଉ ଏହା ସରକାର ଦ୍ବାରା ମଞ୍ଜୁରୀ ପ୍ରାପ୍ତ ଯୋଗାଣକାରୀ ସହ ସହଯୋଗ କରୁଛି ।
ଭିସ୍ତାରା କହିଛି କି, ଏହା ନିଜ ଉଡାଣ ୟୁକେ 860 ଜରିଆରେ ହାଇଦ୍ରାବାଦରୁ ଦିଲ୍ଲୀ ଯାଏଁ ଭାରତ ବାୟୋଟେକ ଦ୍ବାରା ବିକଶିତ ସ୍ବଦେଶୀ କୋରୋନା ଭାଇରସ ଭ୍ୟାକ୍ସିନ କୋଭାକ୍ସିନର 4 ବକ୍ସ (90.5 କିଲୋଗ୍ରାମ ଓଜନ) ପହଞ୍ଚାଇଛି ।
ଏହା ବ୍ୟତୀତ ଭିସ୍ତାରା ମୁମ୍ବାଇରୁ ବାରଣାସୀ ଉଡାଣ ଜରିଆରେ କୋଭିସିଲ୍ଡର 16 ବକ୍ସ (512 କିଲୋଗ୍ରାମ ଓଜନ) ପହଞ୍ଚାଇଛି । କୋଭିସିଲ୍ଡକୁ ଅକ୍ସଫୋର୍ଡ ୟୁନିଭରସିଟି ଓ ଆଷ୍ଟ୍ରେଜେନେକା ଦ୍ବାରା ବିକଶିତ କରାଯାଇଛି । ଆଉ ଏହାକୁ ପୁନେ ସ୍ଥିତ ଔଷଧ କମ୍ପାନୀ ସେରମ ଇଷ୍ଟିଟ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ପ୍ରସ୍ତୁତ କରିଛି ।