ଓଡିଶା

odisha

By

Published : Oct 22, 2022, 9:12 AM IST

ETV Bharat / bharat

ଅନ୍ୟ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ସଂରକ୍ଷଣରୁ ବାଦ ଦିଆଯାଉ, ଦାବି କଲା VHP

ଅନ୍ୟ ଧର୍ମ ଗ୍ରହଣ କରୁଥିବା ଦଳିତ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ ସଂରକ୍ଷଣରୁ ବାଦ୍‌ ଦିଆଯାଉ । ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏଭଳି ଦାବି କରାଯାଇଛି(Vishwa Hindu Parishad demand on Reservation) । ଅଧିକ ପଢ଼ନ୍ତୁ

ଅନ୍ୟ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ସଂରକ୍ଷଣରୁ ବାଦ ଦିଆଯାଉ, ଦାବି କଲା VHP
people converting to other religion should excluded from reservation demand Vishwa Hindu Parishad

ଲକ୍ଷ୍ନୌ: ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମ ଗ୍ରହଣ କରୁଥିବା ଦଳିତ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ ସଂରକ୍ଷଣରୁ ବାଦ୍‌ ଦିଆଯାଉ । ଶୁକ୍ରବାର ଉତ୍ତର ପ୍ରଦେଶ ରାଜଧାନୀରେ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ ।(Vishwa Hindu Parishad ) ବିଶ୍ବ ହିନ୍ଦୁ ପରିଷଦ ମୁତାବକ ଯେଉଁ ଧର୍ମର ଉତ୍ପତି ଭାରତରେ ହୋଇନାହିଁ ତାହାକୁ ଆପଣାଉଥିବା ଲୋକଙ୍କୁ ସଂରକ୍ଷଣ ଦେବା ଅନୁଚିତ ।

ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ଯେ, କେତେକ ଲୋକ ଧର୍ମ ପରିବର୍ତ୍ତନ କରି ସଂଖ୍ୟାଲଘୁ ଭାବରେ ଫାଇଦା ପାଉଛନ୍ତି । ତାସହିତ ଦଳିତ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭାବରେ ମଧ୍ୟ ମଧ୍ୟ ଫାଇଦା ପାଉଛନ୍ତି । ଏଭଳି ବ୍ୟକ୍ତି ବିଶେଷଙ୍କୁ ଦୁଇଟି ସଂରକ୍ଷଣର ଲାଭ ମିଳୁଛି । ଏଭଳି ବ୍ୟକ୍ତି ବିଶେଷଙ୍କୁ ସଂରକ୍ଷଣରୁ ବାଦ ଦିଆଯାଉ ବୋଲି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରାଯିବ (Vishwa Hindu Parishad demand on Reservation)।

ବିଶ୍ବ ହିନ୍ଦୁ ପରିଷଦର ଇଶାରା ସ୍ପଷ୍ଟ ଭାବରେ ମୁସଲମାନ ସମ୍ପ୍ରଦାୟ ଓ ଇଶାଈ ସମ୍ପ୍ରଦାୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ରହିଥିଲା । ତେବେ ବୌଦ୍ଧ କିମ୍ବା ଶିଖ୍‌ ଧର୍ମକୁ ପରିବର୍ତ୍ତିତ ହେଉଥିବା ଲୋକଙ୍କ ନେଇ ବିଶ୍ବ ହିନ୍ଦୁ ପରିଷଦର କୌଣସି ଆପତ୍ତି ନାହିଁ । ଏହାକୁ ନେଇ ବିଶ୍ବ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ପ୍ରବକ୍ତା ବିଜୟ ଶଙ୍କର ତିୱାରୀ କହିଛନ୍ତି, "ଇଶାଈ ଓ ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିଲେ ସୁଦ୍ଧା ସେମାନଙ୍କୁ ଏହି ସୁବିଧା ଦିଆଯାଉଛି । ଏଭଳି ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ସଂରକ୍ଷଣ ଦେବା ଅନୁଚିତ । କାରଣ ଏହାପରେ ସେମାନଙ୍କ ପୂଜା ପଦ୍ଧତି ବଦଳି ଯାଏ । ଧର୍ମ ପରିବର୍ତ୍ତନ କରି ଏମାନେ ହିନ୍ଦୁ ଦେବାଦେବୀଙ୍କ ଅପମାନ କରିଥିବା ନଜିର ରହିଛି ।"

ଧର୍ମ ପରିବର୍ତ୍ତନ କରିବା ପରେ ମଧ୍ୟ ଏଭଳି ବ୍ୟକ୍ତି ବିଶେଷ ନିଜ ନାମ ପରିବର୍ତ୍ତନ କରୁନାହାନ୍ତି । ଏଭଳି ସ୍ଥିତି ସେମାନଙ୍କ ପାଇଁ ସଂରକ୍ଷଣ ସୁବିଧା ଯୋଗାଇ ଆସୁଛନ୍ତି ସରକାର । ଏହାକୁ ଦେଶ ବିରୋଧୀ ବୋଲି କହିଛି ବିଶ୍ବ ହିନ୍ଦୁ ପରିଷଦ ।(Vishwa Hindu Parishad to pressurize central govt) ଏଭଳି ସଂରକ୍ଷଣକୁ ବାଦ ଦେବାକୁ ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ ।

ABOUT THE AUTHOR

...view details