ଓଡିଶା

odisha

Passenger Train Accident: ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା, 6 ମୃତ

By ETV Bharat Odisha Team

Published : Oct 29, 2023, 8:17 PM IST

Updated : Oct 29, 2023, 9:31 PM IST

ବିଶାଖାପାଟନମ୍-ରାୟଗଡା ପାସେଞ୍ଜର ଓ ପଲାସା- ବିଶାଖାପାଟନମ ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା । ଉଭୟ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ । 6 ମୃତ ଏକାଧିକ ଆହତ ସୂଚନା । ଅଧିକ ପଢନ୍ତୁ

ଆନ୍ଧ୍ର-ଓଡିଶା ସୀମାନ୍ତରେ ଟ୍ରେନ ଦୁର୍ଘଟଣା, ବିଶାଖାପାଟନମ୍-ରାୟାଗଡା ପାସେଞ୍ଜର ଏକାଧିକ ବଗି ଲାଇନଚ୍ୟୁତ
ଆନ୍ଧ୍ର-ଓଡିଶା ସୀମାନ୍ତରେ ଟ୍ରେନ ଦୁର୍ଘଟଣା, ବିଶାଖାପାଟନମ୍-ରାୟାଗଡା ପାସେଞ୍ଜର ଏକାଧିକ ବଗି ଲାଇନଚ୍ୟୁତ

Passenger Train accident: ଦୁଇଟି ଟ୍ରେନ ଧକ୍କା, ଏକାଧିକ ମୃତାହତ ଆଶଙ୍କା

ଅମରାବତି:ଆନ୍ଧ୍ର-ଓଡିଶା ସୀମାନ୍ତରେ ଟ୍ରେନ ଦୁର୍ଘଟଣା । ବିଶାଖାପାଟନମ-ରାୟଗଡା ପାସେଞ୍ଜର ଟ୍ରେନ ଓ ପଲାସା ବିଶାଖାପାଟନମ ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା ହୋଇଛି । ଗୋଟିଏ ଟ୍ରେନ ଅନ୍ୟ ଏକ ଟ୍ରେନକୁ ପଛରୁ ଧକ୍କା ଦେଇଛି । ହାଓ୍ବଡା-ଚେନ୍ନାଇ ମେନାଲାଇନରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଛି । ଆଜି ବିଳମ୍ବିତ ସଂଧ୍ୟାରେ ଆଲମଣ୍ଡା ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରାୟ 6 ଜଣଙ୍କ ମୃୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜୟନଗରମ ଜିଲ୍ଲାର କଣ୍ଟାକାପାଲ୍ଲୀ ନିକଟରେ ଏହି ଟ୍ରେନ୍ ଦୁର୍ଘଟଣା ଘଟିଛି । ବିଶାଖାପାଟନମରୁ ରାୟଗଡା ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନ୍ ଓ ପଲାସାରୁ ବିଜୟନଗରମ ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛନ୍ତି । ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଭୟ ଟ୍ରେନର 3ଟି ବଗି ଲାଇନଚ୍ୟୁତ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି । ଅନ୍ଧାର ମଧ୍ୟରେ ଉଦ୍ଧାର ଅପରେସନ ଜାରି ରହିଛି ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଏହି ଘଟଣାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଳବାଇ ଅଧିକାରୀ, ପୋଲିସ ଓ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯୁଦ୍ଧକାଳୀନ ଭିତ୍ତରେ ଉଦ୍ଧାର ଅପରେସନ ଜାରି ରହିଛି । କେଉଁ ଟ୍ରେନର କେତେ ବଗି କ୍ଷତିଗ୍ରସ୍ତ ହୋଇଛି ସେନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ:-ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ, ଓହ୍ଲାଇଗଲେ ଯାତ୍ରୀ

ବାଲେଶ୍ବର ରେଳ ଦୁର୍ଘଟଣାରେ ପ୍ରାୟ 3 ଶହ ଜଣଙ୍କ ମୃତ୍ୟୁ ହେବା ପରେ ଏକାଧିକ ଛୋଟ ଧରଣର ରେଳ ଦୁର୍ଘଟଣା ମଧ୍ୟ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ହାଇଦ୍ରାବାଦ-ହାଓ୍ବଡା ଫାଲକନୁମା ଏକ୍ସପ୍ରେସର ଏକାଧିକ ବଗି ଜଳିଯାଇଥିଲା । ସେହିପରି 11 ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ଦେଶର ସର୍ବାଧିକ ଦୂରତା ଅତିକ୍ରମ କରୁଥିବା ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରେ ମଧ୍ୟ ଧୂଆଁ ଦେଖିବାକୁ ମିଳିଥିଲା । ଟ୍ରେନର ଗୋଟିଏ ବଗି ନିକଟରେ ବହୁ ଜୋରରେ ଧୂଆଁ ଦେଖିବା ପରେ ଟ୍ରେନର ଚେନକୁ ଟାଣି ଭୟଭୀତ ହୋଇପଡିଥିବା ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ଏବେ ପୁଣି ଆନ୍ଧ୍ରରେ ଏହି ଦୁର୍ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 29, 2023, 9:31 PM IST

ABOUT THE AUTHOR

...view details