ପାଟନା:ବିହାର ଆରା ଅଞ୍ଚଳରେ ଭାଇରାଲ ହେଉଛି ଏକ ଭିଡ଼ିଓ (Arrah Viral Video) । ଯେଉଁଥିରେ କିଛି ଯୁବକ ପାକିସ୍ତାନକୁ ନେଇ ଦେଶଦ୍ରୋହୀ ନାରା ଦେଉଥିବା ଦେଖିବାକୁ ମିଳିଛି (Youth Chanting Pakistan Zindabad In Arrah) । ଗତ ମଙ୍ଗଳବାର ବିଳମ୍ବିତ ରାତିରେ କୋଇଲୱର ଚାନ୍ଦି ପୋଲିସ ଷ୍ଟେସନ ଅଞ୍ଚଳର ନରବୀରପୁର ଟୋଲା ଅଞ୍ଚଳରେ ଏହି ଭିଡ଼ିଓ ଉତ୍ତୋଳନ ହୋଇଛି । ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଏହି ଘଟଣାରେ ପୋଲିସ ୫ ଜଣ ଯୁବକଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁସାରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପରେ ବିଜୟ ଟ୍ରଫିକୁ ଧରି କିଛି ଯୁବକ ସେଲିବ୍ରେସନ କରୁଥିଲେ । ଏହି ମ୍ୟାଚ୍ କୋଇଲୱର ବନାମ ସିଲଭର ଦଳ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ଚାନ୍ଦିର ନରବିପୁର ଟୋଲାର ଦଳ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଜିତିଥିଲେ । ଏହା ପରେ ବିଜୟ ଉତ୍ସବ ପାଳନ କରି ଯୁବକମାନେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ। ଉକ୍ତ ସ୍ଥାନରେ ଉପସ୍ଥିତ ଥିବା କିଛି ଯୁବକ ଏହାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଥିଲା ।