ଓଡିଶା

odisha

ମଦ ପିଇବା ଖରାପ ନୁହେଁ, ପିଇବାର ସଠିକ ତରିକା ଜାଣିବା ଦରକାର: ଭାଇରାଲ ହେଉଛି ଶିକ୍ଷାମନ୍ତ୍ରୀଙ୍କ ଭିଡିଓ

ମଦ୍ୟପାନ ସ୍ବାସ୍ଥ୍ୟପ୍ରତି ହାନୀକାରକ ନୁହେଁ ବରଂ ଏହା ସମ୍ପର୍କରେ ସଠିକ ପ୍ରକ୍ରିୟା ଜାଣିବାକୁ କହିଲେ ଛତିଶଗଡ ମନ୍ତ୍ରୀ (Viral video of Chhattisgarh Minister)। ରାସ୍ତା ଦୁର୍ଘଟଣା ନେଇ ମଧ୍ୟ ରଖିଲେ ବିଚିତ୍ର ମତ । ସୋସିଆଲ ମିଡିଆରେ ମନ୍ତବ୍ୟ ଭାଇରାଲ ହେବା ପରେ ତେଜୁଛି ରାଜନୀତି । ଅଧିକ ପଢନ୍ତୁ

By

Published : Sep 1, 2022, 9:23 PM IST

Published : Sep 1, 2022, 9:23 PM IST

ମଦ୍ୟପାନ ଉପରେ ବିଧାୟକଙ୍କ ବୟାନ, ଭାଇରାଲ ହେଉଛି ଭିଡିଓ
ମଦ୍ୟପାନ ଉପରେ ବିଧାୟକଙ୍କ ବୟାନ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ:ମଦ୍ୟପାନ କରିବା ଖରାପ ନୁହେଁ, କିନ୍ତୁ ଏଥିପାଇଁ ସଠିକ ତରିକା ଜାଣିବାର ଆବଶ୍ୟକତା ରହିଛି । ତେବେ ମଦରେ କେତେ ପାଣି ମିିଶିବା ଉଚିତ, ତାର ଏକ ନିର୍ଦ୍ଦିଷ୍ଟ ଅନୁପାତ ମଧ୍ୟ ରହିଛି । ସେସବୁ ଜାଣିବା ଆବଶ୍ୟକ । ପ୍ରଦେଶ ପୋଲିସ ପକ୍ଷରୁ ଆୟୋଜିତ ନିଶାମୁକ୍ତି ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଛତିଶଗଡର ଶିକ୍ଷାମନ୍ତ୍ରୀ ପ୍ରେମସାଇ ସିଂ ତିମାକଙ୍କ ଏପରି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି (Viral video of Chhattisgarh Minister)।

ମଦ ପିଇବା ଖରାପ ନୁହେଁ, ସଠିକ ତରିକା ଜାଣିବା ଦରକାର: ଭାଇରାଲ ହେଉଛି ଶିକ୍ଷାମନ୍ତ୍ରୀଙ୍କ ଭିଡିଓ

ମଦ୍ୟପାନ ସ୍ବାସ୍ଥ୍ୟପ୍ରତି ହାନୀକାରକ ନୁହେଁ:-

ଗୋଟିଏ ନୁହେଁ ବରଂ ମନ୍ତ୍ରୀଙ୍କ ଦୁଇଟି ବୟାନ ଏବେ ବେସ ଭାଇରାଲ (Chhattisgarh Minister Viral video) ହେବାରେ ଲାଗିଛି । ଏହି ଦୁଇ ବୟାନରୁ ଗୋଟିଏ ମଦ୍ୟପାନ ସମ୍ପର୍କିତ ବୟାନ ହୋଇଥିବା ବେଳେ ଅନ୍ୟଟି ରାସ୍ତା ଦୁର୍ଘଟଣା ସମ୍ପର୍କିତ ହୋଇଛି । ପ୍ରଥମ ଭିଡିଓରେ ରାଜ୍ୟ ପୋଲିସ ଦ୍ବାରା ଆୟୋଜିତ ଏକ ନିଶାମୁକ୍ତି ସଚେତନତା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ମନ୍ତ୍ରୀ ସିଂ, ମଞ୍ଚ ଉପରୁ ମଦ୍ୟପାନ ସମ୍ପର୍କିତ ଜ୍ଞାନ ଦେଉଛନ୍ତି । ‘‘ ଲୋକେ ମଦ୍ୟପାନକୁ ହାନୀକାରକ ବୋଲି କହିଥାନ୍ତି । କିନ୍ତୁ ବାସ୍ତବରେ ସ୍ଥିତି ତାହା ଠାରୁ ଭିନ୍ନ । ମଦ୍ୟପାନର ଅନେକ ଗୁଡିଏ ଲାଭ ମଧ୍ୟ ରହିଛି । ଆମେ ଏହାକୁ ପିଇବାର ସଠିକ ତରିକା ସମ୍ପର୍କରେ ଜାଣିବା ଆବଶ୍ୟକ । କେତେ ପରିମାଣରେ ମଦରେ କେତେ ପାଣି ମିଶ୍ରଣ କରିବା ଆବଶ୍ୟକତା ରହିଛି, ତାହାର ଏକ ନିୟମିତ ଅନୁପାତ ମଧ୍ୟ ରହିଛି । ସେ ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ ।’’

ଖରାପ ରାସ୍ତା ଯୋଗୁ ହୋଇନଥାଏ ଦୁର୍ଘଟଣା:-

ଦ୍ବିତୀୟ ଭିଡିଓରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ‘‘ଆମେ ଲୋକଙ୍କ ନିକଟରୁ ରାସ୍ତାର ଦୂରାବସ୍ଥା ନେଇ ଅନେକ ଅଭିଯୋଗ ପାଇଥାଉ, ତେବେ ବାସ୍ତବରେ ରାସ୍ତା ଦୁର୍ଘଟଣାର କାରଣ ତାହା ନୁହେଁ । ଯେଉଁଠି ରାସ୍ତାର ଅବସ୍ଥା ଅତ୍ୟନ୍ତ ଭଲ, ଲେକେ ସେଠାରେ ହିଁ ଦୃତଗତିରେ ଗାଡି ଚଳାନ୍ତି । ତେଣୁ ସେଠାରେ ଅଧିକ ଦୁର୍ଘଟଣା ଘଟେ ।

ତେବେ ଶିକ୍ଷାମନ୍ତ୍ରୀଙ୍କର ଏହି ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜନୀତି ମଧ୍ୟ ଜୋର ଧରିଛି । ସେ ରାଜ୍ୟର ଶିକ୍ଷାମନ୍ତ୍ରୀ ଥାଇ ମଧ୍ୟ ମଦ୍ୟପାନ ଓ ରାସ୍ତା ଦୁର୍ଘଟଣା ସମ୍ପର୍କରେ ଏପରି ମନ୍ତବ୍ୟ ଦେବା ଘଟଣାରେ ଆରୋପ ପ୍ରତ୍ୟାରୋପ ରାଜନୀତି ମଧ୍ୟ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details