ଓଡିଶା

odisha

By ETV Bharat Odisha Team

Published : Jan 5, 2024, 10:21 PM IST

ETV Bharat / bharat

ବିଅର ପିଇବା ପ୍ରତିଯୋଗିତା ପ୍ରାଙ୍କ୍‌ କରୁଥିଲେ, ପୋଲିସ ପହଞ୍ଚିବା ପରେ...

Viral Beer Drinking Competition: ତାମିଲନାଡୁରେ ବିଅର ପିଇବା ପ୍ରତିଯୋଗିତା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ । ପୋଲିସ ପହଞ୍ଚିବା ପରେ କ୍ଷମା ପ୍ରାର୍ଥନା କଲେ ଆୟୋଜକ । ଅଧିକ ପଢନ୍ତୁ

Viral Beer Drinking Competition
Viral Beer Drinking Competition

ଚେନ୍ନାଇ:ସୋସିଆଲ ମିଡିଆରେ ଏକ ପୋଷ୍ଟର ଖୁବ ଜୋରରେ ଭାଇରାଲ ହେଉଥିଲା । ଯାହାକୁ ଦେଖି ଆନନ୍ଦିତ ହୋଇପଡ଼ିଥିଲେ ବିଅର ଲଭର । ଜାନୁଆରୀ ୧୭ ତାରିଖରେ ବିଅର ପିଇବା ପ୍ରତିଯୋଗିତା ନେଇ ପୋଷ୍ଟରରେ ଲେଖାଥିଲା । ତାମିଲନାଡୁ ପୁଡୁକୋଟ୍ଟାଇ ଜିଲ୍ଲାରେ ପୋଙ୍ଗଲ ପର୍ବ ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି କୁହାଯାଇଥିଲା । ଏହାପରେ ପୋଲିସ ଘଟଣାର ତଦନ୍ତ କରିବା ପରେ ଶେଷରେ ଏହା ଏକ ପ୍ରାଙ୍କ୍‌ ବୋଲି ଜଣାପଡ଼ିଛି । ଆୟୋଜକଙ୍କ ନିକଟରେ ପୋଲିସ ପହଞ୍ଚିବା ପରେ ଶେଷରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପୋଷ୍ଟରକୁ ଭାଇରାଲ କରିଥିବା ବ୍ୟକ୍ତି ଜଣକ ପୋଙ୍ଗଲ ପର୍ବ ଅବସରରେ ଏହି ପ୍ରତିଯୋଗିତାର ଆୟୋଜନ କରିବାକୁ ସୂଚନା ଦେଇଥିଲେ । ଏହାପରେ ଖୁସିରେ ଗଦ୍‌ ଗଦ୍‌ ହୋଇପଡ଼ିଥିଲେ ବିଅର ଲଭର୍‌ । ଗତ ୨ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଏହି ପୋଷ୍ଟରକୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ପୁଡୁକୋଟାଇ ଜିଲ୍ଲାର ଭେନକାଙ୍କାଡୁଠାରେ ଆୟୋଜିତ ହେବା ନେଇ କୁହାଯାଇଥିଲା । ଆୟୋଜକ ଜଣକ କହିଥିଲେ ଯେ ଏହି ପ୍ରତିଯୋଗିତାରେ ଯୋଗଦେବା ଲାଗି ଅଂଶଗ୍ରହଣକାରୀମାନେ ପ୍ରଥମେ ୧୦୦୦ ଟଙ୍କା ପୈଠ କରିବେ । ୩୬ ଜଣ ଅଂଶଗ୍ରହଣକାରୀଙ୍କୁ ବିଅର ପିଇବା ଲାଗି ୬୦ ମିନିଟ ସମୟ ଦିଆଯିବ । ପ୍ରତିଯୋଗିତାରେ ଯିଏ ଜିତିବ ତାକୁ ୫୦୨୪ ଟଙ୍କା ପ୍ରଦାନ କରାଯିବ ।

ଏହା ବି ପଢନ୍ତୁ- ସହକର୍ମୀଙ୍କ ମଜାକ୍‌ ହେଲା କାଳ, ମଳଦ୍ବାରରେ ପାଇପ ଭର୍ତ୍ତିପରେ କର୍ମଚାରୀ ଗୁରୁତର

ସେପଟେ ଆହୁରି କୁହାଯାଇଥିଲା ଯେ ଏହି ପ୍ରତିଯୋଗିତା ମଝିରେ ଯଦି କୌଣସି ଅଂଶଗ୍ରହଣକାରୀ ବାନ୍ତି କରନ୍ତି, ତେବେ ସେ ପିଇଥିବା ବିଅରର ଟଙ୍କା ଦେଇ ସେହି ସ୍ଥାନ ତ୍ୟାଗ କରିବେ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଅଂଶଗ୍ରହଣକାରୀଙ୍କୁ ଏକ ବିଶେଷ ଧରଣର ମାଛ ମଧ୍ୟ ପ୍ରଦାନ କରାଯିବ । ପୋଲିସ ନିକଟରେ ଏହି ବିବାଦୀୟ ପୋଷ୍ଟର ସମ୍ପର୍କରେ ଖବର ପହଞ୍ଚିବା ପରେ ଭାଡାଗାଡୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ କରିବା ପରେ ଏହି ବିବାଦୀୟ ପୋଷ୍ଟର ପଛରେ ଥିବା ବନ୍ଦନାଭିଧୁ ଅଧିବାସୀ ପି ଗଣେଶାମୂର୍ତ୍ତିଙ୍କ ନିକଟରେ ପହଞ୍ଚିଥିଲା ।

ଏହାପରେ ଗଣେଶା କହିଥିଲେ ଯେ ସେ କେବଳ ଏହାକୁ ପ୍ରାଙ୍କ ପାଇଁ କରିଥିଲେ । ମାତ୍ର ଦେଖୁ ଦେଖୁ ଏହି ପୋଷ୍ଟରଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ପୋଲିସ ସତ କଥା ଜାଣିବା ପରେ ଗଣେଶାଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ତାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି । ଏହି ଗୁଜବ ପୋଷ୍ଟ ଏକ ପ୍ରକାର ୟୁଜର୍ସଙ୍କୁ ସୂଚିତ କରିଦେଇଛି ଯେ ସୋସିଆଲ ମିଡିଆରେ ପ୍ରକାଶ ପାଉଥିବା ସମସ୍ତ ତଥ୍ୟ ସତ୍ୟ ନୁହେଁ, ଏଣୁ କେବଳ ବିଶ୍ବାସଯୋଗ୍ୟ ବା ସରକାରୀ ସାଇଟ୍‌ର ତଥ୍ୟକୁ ବିଶ୍ବାସ କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details