ଓଡିଶା

odisha

ETV Bharat / bharat

Chopper mishap: ବିମାନ ଦୁର୍ଘଟଣାରେ ଆଖିବୁଜିଛନ୍ତି ବିଶିଷ୍ଟ ବ୍ୟକ୍ତି - chopper crashed history

ସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତରେ ପୂର୍ବରୁ ମଧ୍ୟ ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

VIPs have died on Chopper or Air crashes history in India
VIPs have died on Chopper or Air crashes history in India

By

Published : Dec 8, 2021, 11:03 PM IST

ହାଇଦ୍ରାବାଦ:ସେନାର ହେଲିକପ୍ଟର Mi-17 V5 ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଦେଶବସୀଙ୍କ ମନକୁ ଦୋହଲାଇ ଦେଇଛି । ତାମିଲନାଡୁରୁ କୁନ୍ନୁର ନୀଳଗିରି ଅଞ୍ଚଳରେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି Mi-17 V5 ହେଲିକେପ୍ଟର ।

ଏହି ଦୁର୍ଘଟଣାରେ ଭାରତୀୟ ସେନାର ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ ଓ ତାଙ୍କ ପତ୍ନୀ ସମେତ 14 ଜଣ ଥିଲେ । ତେବେ ଏହି ଦୁର୍ଘଟଣାରେ ୧୩ ଜଣଙ୍କୁ ମୃତ ଘୋଷଣା କରାଯାଇଛି । ଭାରତରେ ପୂର୍ବରୁ ମଧ୍ୟ ଏହି ହେଲିକେପ୍ଟର ବିଭିନ୍ନ ଅଞ୍ଚଳରେ ଗସ୍ତ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ବହୁ ସେନା କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଏହା ସହ ଭାରତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛନ୍ତି ।

୧୮ ଅଗଷ୍ଟ ୧୯୪୫ ରେ ସ୍ବାଧୀନତା ସଂଗ୍ରାମ ସୁବାଷ ଚନ୍ଦ୍ର ବୋଷଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ । ସୁବାଷ ବୋଷଙ୍କ ମୃତ୍ୟୁ ବିବାଦୀୟ ରହିଛି ।

1973 ରେ କଂଗ୍ରେସ ନେତା ଏସ ମୋହନ କୁମାର ମଙ୍ଗଲମ ନୂଆଦିଲ୍ଲୀ ନିକଟରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

୨୩ ଜୁନ ୧୯୮୦ରେ ଇନ୍ଧିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟ ଗାନ୍ଧୀ ନିଜେ ଫ୍ଲାଇଟ ଚଲାଉଥିବାବେଳେ ହୋଇଥିଲା କ୍ରାସ ଲ୍ୟାଣ୍ଡିଂ ।

୯ ଜୁଲାଇ ୧୯୯୪ ପଞ୍ଜାବ ରାଜ୍ୟାପଳ ସୁରେନ୍ଦ୍ର ନାଥ ହିମାଚଳ ପ୍ରଦେଶରେ ନିଜ ପରିବାର ୯ ଜଣ ସହ ହେଲିକେପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

୧୪ ନଭେମ୍ବର ୧୯୯୭ ପ୍ରତିରକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ଏନଭିଏନ ସୋମୁ ଅରୁଣାଚଳ ପ୍ରଦେଶ ତାୱାଙ୍ଗରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।

୩୦ ସେପ୍ଟେମ୍ବର ୨୦୦୧ରେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବରାଓ ସିନ୍ଧିଆ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତାଙ୍କ ସହ ମୋଟ ୭ଜଣ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ସହ ଥିଲେ ୪ ଜଣ ସାମ୍ବାଦିକ।

ମେ ୨୦୦୧ରେ ଅରୁଣାଚଳ ପ୍ରଦେଶର ଶିକ୍ଷାମନ୍ତ୍ରୀ ଦେରା ନାତୁଙ୍ଗ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

୩ ମାର୍ଚ୍ଚ ୨୦୦୨ ଆନ୍ଧ୍ରପ୍ରଦେଶର ଟିଡିପି ନେତା ତଥା ଲୋକସଭାର ବାଚସ୍ପତି ଡିଏମସି ବାଲଯୋଗୀ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

୧୭ ଅପ୍ରେଲ ୨୦୦୪ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସୌନ୍ଦର୍ଯ୍ୟା ନିର୍ବାଚନ ରାଲିରେ ଯାଉଥିବା ସମୟରେ ହେଲିକ୍ୟାପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

୪ ସେପ୍ଟେମ୍ବର ୨୦୦୪ ମେଘାଳୟର ମନ୍ତ୍ରୀ ସାଇପ୍ରିୟାନ ସାଙ୍ଗମା ହେଲିକ୍ୟାପ୍ଟର ଦୁର୍ଘଟଣାର ମୃତ୍ୟୁବରଣ କରିଥିଲେ ।

୩୧ ମାର୍ଚ୍ଚ ୨୦୦୫ ରେ ହରିୟାଣାର କୃଷିମନ୍ତ୍ରୀ ସୁରେନ୍ଦ୍ର ସିଂହ ଓ ଓପି ଜିନ୍ଦଲ ହେଲିକ୍ୟାପ୍ଟର ଦୁର୍ଘଟଣାର ପ୍ରାଣ ହରାଇଥିଲେ ।

୨ ସେପ୍ଟେମ୍ବର ୨୦୦୯ରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କ ସହ ଅନ୍ୟ ୪ ଜଣ ମଧ୍ୟ ପ୍ରାଣ ହରାଇଥିଲେ ।

3୦ ଅପ୍ରେଲ ୨୦୧୧ରେ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦର୍ଜି ଖଣ୍ଡୁ ହେଲିକେପ୍ଟର ଦୁର୍ଘଟଣାର ପ୍ରାଣ ହରାଇଥିଲେ ।

ABOUT THE AUTHOR

...view details