ଓଡିଶା

odisha

ETV Bharat / bharat

UN Women Report: ମହାମାରୀରେ ବଢିଛି ମହିଳା ନିର୍ଯାତନା

୧୩ଟି ଦେଶରେ ସର୍ଭେ କରି ଜାତିସଂଘର ଏକ ରିପୋର୍ଟ ଅନୁସାରେ କୋରୋନା ମହାମାରୀ ସମୟରେ ଘରେ ତଥା ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ଉପରେ ଅତ୍ୟାଚାର(violence against women increases) ବଢିଥିବା ଦର୍ଶାଯାଇଛି ।

ମହାମାରୀରେ ବଢିଛି ମହିଳା ନିର୍ଯାତନା
ମହାମାରୀରେ ବଢିଛି ମହିଳା ନିର୍ଯାତନା

By

Published : Nov 25, 2021, 12:49 PM IST

ନୂଆଦିଲ୍ଲୀ: ମହିଳାଙ୍କ ପ୍ରତି ହିଂସା ବର୍ତ୍ତମାନ ସମୟରେ ବିଶ୍ବର ଅନ୍ୟତମ ସର୍ବାଧିକ ବ୍ୟାପକ ସମସ୍ୟା ଭାବରେ ଉଭା ହୋଇଛି । ୧୩ଟି ଦେଶରେ ସର୍ଭେ କରି ଜାତିସଂଘର (United Nation) ଏକ ରିପୋର୍ଟ ଅନୁସାରେ କୋରୋନା ମହାମାରୀ ସମୟରେ ଘରେ ତଥା ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ଉପରେ ଅତ୍ୟାଚାର ବଢିଥିବା ଦର୍ଶାଯାଇଛି ।

ରିପୋର୍ଟ ଅନୁଯାୟୀ, ପ୍ରାୟ ଏକ ଚତୁର୍ଥାଂଶ ମହିଳା ନିଜ ଘରେ ନିଜକୁ କମ ନିରାପଦ ମନେ କରନ୍ତି । ନାରୀମାନଙ୍କ ପ୍ରତି ହିଂସା ଅତ୍ୟାଚାର ଏକ ନିରନ୍ତର ଓ ବିନାଶକାରୀ ମାନବିଧିକାର ଉଲ୍ଲଂଘନ କାର୍ଯ୍ୟକଳାପ ଭାବେ ଉଭା ହୋଇଛି । ହେଲେ ଆମ ସମାଜରେ ଏ ନେଇ ରହିଥିବା ଋଢିବାଦୀ ଚିନ୍ତାଧାରା , ଲଜ୍ଜାବୋଧକ, କଳଙ୍କ ଓ ଆତ୍ମହତ୍ୟାର ଭୟ ଯୋଗୁଁ ଅଧିକାଂଶ ମାମଲା ଛପିଯାଉଛି ।

ବିଶ୍ବରେ ପ୍ରତି ୫ଜଣରେ ୩ଜଣ ମହିଳା ବିଶେଷ କରି ନିଜ ଘର ଲୋକଙ୍କ ଦ୍ବାରା ନିର୍ଯ୍ୟାତନାର ଶିକାର ହେଉଥିବା ମିଳିତ ଜାତିସଂଘର(United Nation) ମହିଳା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସିମା ବାହୁସ୍ । ମାତ୍ର ୫୨ ପ୍ରତିଶତ ମହିଳା ସ୍ବାଧୀନ ଭାବରେ ବଞ୍ଚୁଥିବା ରିପୋର୍ଟ କହୁଛି । ବିଶ୍ବରେ ପ୍ରାୟ ୭୫୦ ନିୟୁତ ଝିଅ ୧୮ ବର୍ଷ ପୂର୍ବରୁ ବିବାହ କରିଛନ୍ତି । ମହିଳାଙ୍କ ପ୍ରତି ଏପରି ହୀନ ମନୋଭାବ ମହିଳାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କୋରୋନା ମହାମାରୀ ସମୟରେ ଘରୋଇ ହିଂସା ଓ ଯୌନ ଉତ୍ପୀଡନର ଶିକାର ହୋଇଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାହା ଚିନ୍ତାର ବିଷୟ ପାଲଟିଛି। ଆଜି ନଭେମ୍ବର ୨୫ । ୧୯୯୩ରେ ଜାତିସଂଘ ସାଧାରଣ ସଭାରେ ମହିଳାଙ୍କ ଶାରୀରିକ ଓ ମାନସିକ ସୁରକ୍ଷା ଲାଗି ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ଆନ୍ତର୍ଜାତିକ ମହିଳା ହିଂସା ବିରୋଧୀ ଦିବସ ଭାବରେ ପାଳନ କରାଯାଏ ।

@IANS

ABOUT THE AUTHOR

...view details