ରାୟପୁର:ନକ୍ସଲ ପ୍ରଭାବିତ ଅଞ୍ଚଳରେ ନୂଆ ପୋଲିସ କ୍ୟାମ୍ପକୁ ଗ୍ରାମବାସୀଙ୍କ ପ୍ରତିବାଦ । ଦୀର୍ଘ ଦିନ ଧରି ଛତିଶଗଡର ବିଜାପୁର ଜିଲ୍ଲା ନକ୍ସଲ ପ୍ରଭାବିତ ଅଞ୍ଚଳ ବେଚାପାଲର ଗ୍ରାମବାସୀ ପୋଲିସ କ୍ୟାମ୍ପକୁ ବିରୋଧ କରି ଆନ୍ଦୋଳନ କରିଆସୁଛନ୍ତି । ତେବେ ଏନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଗ୍ରାମସଭା ବିନା ଏହି ଅଞ୍ଚଳରେ ପୋଲିସ କ୍ୟାମ୍ପ ଖୋଲାଯାଇଛି । ତାହା ସହ ଏକ ପକ୍କା ରାସ୍ତା ନିର୍ମାଣ କରାଯାଉଛି ।
ନକ୍ସଲ କାର୍ଯ୍ୟକଳାପକୁ ନେଇ ଗ୍ରାମବାସୀମାନେ ସର୍ବଦା ହଇରାଣ ହେଉଛନ୍ତି । ଗ୍ରାମବାସୀ ପୋଲିସ କର୍ମଚାରୀଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ଗାଁର ପିଲାମାନଙ୍କୁ ପୋଲିସ ନକ୍ସଲମାନଙ୍କ ସୂଚନାଦାତା ଭାବି ନିର୍ଯାତନା ଦେଉଛି । ଯବାନମାନଙ୍କୁ ଦୋଷ ଦେବା ସହିତ ଗ୍ରାମବାସୀ ଅଞ୍ଚଳର ବିଧାୟକ ବିକ୍ରମ ଶାହ ମାଣ୍ଡଭିଙ୍କୁ ମଧ୍ୟ ନିନ୍ଦା କରିଛନ୍ତି । କହିଛନ୍ତି ଯେ, ସରକାର ଆମ ପ୍ରତି ଧ୍ୟାନ ଦେଉ ନାହାଁନ୍ତି।
ଅତୀତରେ ବିଧାୟକ ବିକ୍ରମ ଶାହା ମାଣ୍ଡବୀ ଗ୍ରାମକୁ ଆସି ପନ୍ଦର ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ସମସ୍ୟାର ସମାଧାନ ହୋଇପାରିନାହିଁ । ଯଦି ସମସ୍ୟାର ସମାଧାନ ନହୁଏ ତେବେ ଏହା ବିରୋଧରେ ଏକ ବିଶାଳ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।