ଓଡିଶା

odisha

ETV Bharat / bharat

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ନାଗରିକଙ୍କ ଅଂଶଗ୍ରହଣ ସଂଖ୍ୟା ୨ କୋଟି ଟପିଲା - ସାରା ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

Vikasit Bharat Sankalp Yatra: ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ମିଳୁଛି ଉଲ୍ଲେଖନୀୟ ଜନସମର୍ଥନ । ଯାତ୍ରାରେ ଏକ ମାସରୁ କମ ସମୟ ମଧ୍ୟରେ ଅଂଶଗ୍ରହଣକାରୀ ମାନଙ୍କ ସଂଖ୍ୟା ୨ କୋଟି ଅତିକ୍ରମ କରିଛି । ଅଧିକ ପଢନ୍ତୁ

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ନାଗରିକଙ୍କ ଅଂଶଗ୍ରହଣ ସଂଖ୍ୟା ୨ କୋଟି ଟପିଲା
ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ନାଗରିକଙ୍କ ଅଂଶଗ୍ରହଣ ସଂଖ୍ୟା ୨ କୋଟି ଟପିଲା

By ETV Bharat Odisha Team

Published : Dec 14, 2023, 10:43 PM IST

ନୂଆଦିଲ୍ଲୀ: ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ମିଳୁଛି ଉଲ୍ଲେଖନୀୟ ଜନସମର୍ଥନ । ଯାତ୍ରାରେ ଏକ ମାସରୁ କମ ସମୟ ମଧ୍ୟରେ ଅଂଶଗ୍ରହଣକାରୀ ମାନଙ୍କ ସଂଖ୍ୟା ୨ କୋଟି ଅତିକ୍ରମ କରିଛି । ଯାହା ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି । ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହେବାର ପ୍ରଥମ 22 ଦିନରେ ଅଶଂଗ୍ରହଣକାରୀ ଲୋକଙ୍କ ସଂଖ୍ୟା 1 କୋଟି ଛୁଇଁଥିବା ବେଳେ ପରବର୍ତ୍ତୀ କୋଟିଏ ପାଇଁ ମାତ୍ର ୭ ଦିନ ଲାଗିଥିଲା । ଦିନକୁ ଦିନ ଏହି ଯାତ୍ରାର ପରିସର ବୃଦ୍ଧି ପାଉଥିବା ବେଳେ ଜନତାଙ୍କ ଅଦ୍ଭୁତ ସମର୍ଥନ ମିଳୁଛି ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଯାତ୍ରା ଦେଶର । ପାଖାପାଖି 60ହଜାର ଗ୍ରାମ ପଞ୍ଚାୟତରେ ପହଞ୍ଚିଛି । ଯାହା ଦେଶର କୋଣ ଅନୁକୋଣରେ ପ୍ରଗତି ଓ ଉନ୍ନତିକୁ ପ୍ରୋତ୍ସାହିତ କରୁଛି । ଅଳ୍ପ ସମୟ ମଧ୍ୟରେ, ୧.୬ କୋଟିରୁ ଅଧିକ ନାଗରିକ ସଂକଳ୍ପକୁ ନେଇ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରୟାସ କରିବା ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ ସହ ଏହି ଯାତ୍ରା ନିଜର ଉପସ୍ଥିତି ଜାହିର କରିଛି । ଯାତ୍ରାର ମେରି କାହାନୀ, ମେରି ଜୁବାନୀ, ମୋ ମୁହଁରେ ମୋ କାହାଣୀ’ ଅଭିଯାନର ଏକ ଅଂଶ ଭାବରେ ୧.୩୦ କୋଟିରୁ ଅଧିକ ଲୋକ ସେମାନଙ୍କର ବ୍ୟକ୍ତିଗତ କାହାଣୀ କହିବାର ସୁଯୋଗ ପାଇଛନ୍ତି । ଯାହା ଦେଶବ୍ୟାପୀ ନାଗରିକ ମାନଙ୍କର ବିବିଧ ଅନୁଭୂତି ଏବଂ ଆକାଂକ୍ଷାକୁ ପ୍ରଦର୍ଶିତ କରିଛି । ଏହି ଯାତ୍ରାର ଅନ୍ୟତମ ମୁଖ୍ୟ ବିଷୟବସ୍ତୁ ଭାବେ ନାଗରିକ ମାନଙ୍କର କଲ୍ୟାଣକୁ ନେଇ ସାରା ଦେଶରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୪୨ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଇଛି ।

ଅଧିକ ପଢନ୍ତୁ- ଝିଣ୍ଟି ଶାସନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା; ଗରୀବ ହିତାଧିକାରୀଙ୍କୁ ଯୋଜନାରେ ଯୋଡିବା ଲକ୍ଷ୍ୟ

ସବୁ ଅଞ୍ଚଳରେ ଏହି ଯାତ୍ରା ସରକାରୀ ସେବା ଓ ସହାୟତା ପହଞ୍ଚାଇବା ପାଇଁ ସିଧାସଳଖ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ଏପରିକି ଦୁର୍ଗମ ଅଞ୍ଚଳରେ ମଧ୍ୟ ଏହା ପହଞ୍ଚୁଛି । ଅଂଶଗ୍ରହଣ କ୍ଷେତ୍ରରେ ଉତ୍ତରପ୍ରଦେଶ ପ୍ରାୟ ୮୦ ଲକ୍ଷ ଅଂଶଗ୍ରହଣକାରୀ ମାନଙ୍କ ସହ ଅଗ୍ରଣୀ ହୋଇଥିବା ବେଳେ ମହାରାଷ୍ଟ୍ର ୨୯ ଲକ୍ଷରୁ ଅଧିକ ଏବଂ ଗୁଜରାଟ ୨୩ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ମାନଙ୍କ ସହ ତୃତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ସୁଦ୍ଧା ଏହା ପଛକୁ ଜମ୍ମୁ–କାଶ୍ମୀର ରହିଥିବା ବେଳେ ଏଠାରେ ୧୬ ଲକ୍ଷରୁ ଅଧିକ ଅଂଶଗ୍ରହଣକରିଛନ୍ତି । ୧୧ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ମାନଙ୍କ ସହ ଆନ୍ଧ୍ରପ୍ରଦେଶ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି ।

ଯାତ୍ରା ସମୟରେ ହାସଲ ହୋଇଥିବା ମାଇଲଖୁଣ୍ଟ ଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ୨୯,୦୦୦ ରୁ ଅଧିକ ଗ୍ରାମ ପଞ୍ଚାୟତ ସମ୍ପୂର୍ଣ୍ଣ କରିଛନ୍ତି। ଯେଉଁଥିରେ ଆୟୁଷ୍ମାନ କାର୍ଡର ଶତ ପ୍ରତିଶତ ସଂଶ୍ଲିଷ୍ଟ ରହିଛି । ୧୮ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତ ‘ହର ଘର ଜଳ' ଯୋଜନାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ୩୪,୦୦୦ରୁ ଅଧିକ ଗ୍ରାମ ପଞ୍ଚାୟତ ଜମି ରେକର୍ଡର ସମ୍ପୂର୍ଣ୍ଣ ଡିଜିଟାଲୀକରଣ ହାସଲ କରିଛନ୍ତି ।

ABOUT THE AUTHOR

...view details