ଓଡିଶା

odisha

ETV Bharat / bharat

ଆଜି ବିଜୟ ଦିବସ, ଭାରତୀୟ ସେନା ଆଗରେ ମୁଣ୍ଡ ନୁଆଁଇଥିଲେ ପାକିସ୍ତାନୀ ସୈନ୍ୟ

ଆଜି ବିଜୟ ଦିବସ । 1971 ମସିହା ଆଜିର ଦିନରେ ଭାରତୀୟ ସେନା ଆଗରେ ଆତ୍ମସମର୍ପଣ କରିଥିଲେ 93 ହଜାରରୁ ଅଧିକ ପାକିସ୍ତାନୀ ସୈନ୍ୟ । ଅଧିକ ପଢନ୍ତୁ...

ଆଜି ବିଜୟ ଦିବସ
ଆଜି ବିଜୟ ଦିବସ

By

Published : Dec 16, 2020, 7:16 AM IST

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ବିଜୟ ଦିବସ । 1971 ଯୁଦ୍ଧରେ ଏହି ଦିନ ଭାରତୀୟ ସେନାର ପରାକ୍ରମ ଆଗରେ ହାର ମାନିଥିଲା ପାକିସ୍ତାନୀ ସେନା । 93 ହଜାରରୁ ଅଧିକ ପାକ୍ ସୈନିକ ଆତ୍ମସପର୍ମଣ କରିଥିଲେ । ଆଉ ଏହାପରେ ନୂଆ ଦେଶ ରୂପେ ବାଲାଂଦେଶ ‌ଦେଶ ଜନ୍ମନେଇଥିଲା ।

1947ରେ ଭାରତ ଓ ପାକିସ୍ତାନ ବିଭାଜନ ପରେ ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ ମଧ୍ୟରେ ଭାଷାକୁ ଆଧାର କରି ବିବାଦ ସୃଷ୍ଟି ହୋଇଥିଲା । ବାଂଲାଦେଶର ଜନକ ଶେଖ ମୁଜିବ୍ଉର ରେହମାନ 1971 ମସିହା ମାର୍ଚ୍ଚ 25 ତାରିଖ ଅଧ ରାତିରେ ପାକିସ୍ତାନଠାରୁ ବାଂଲାଦେଶ ସ୍ବାଧୀନ ହେବା ନେଇ ଘୋଷଣା କରିଥିଲେ । ଏହାପରେ ସେଠାରେ ‘ମୁକ୍ତି ଯୁଦ୍ଧ’ ଆରମ୍ଭ ହୋଇଯାଇଥିଲ। । ଏଥିରେ ‘ମୁକ୍ତି ବାହିନୀ’ ପାକିସ୍ତାନ ବିରୋଧରେ ଆରମ୍ଭ କରିଥିଲେ ଯୁଦ୍ଧ ।

ଏହି ବିଦ୍ରୋହକୁ ଦବାଇବା ପାଇଁ ପାକିସ୍ତାନୀ ସେନା ‘ଅପରେସନ୍ ସର୍ଚ୍ଚଲାଇଟ୍’ ଆରମ୍ଭ କରି ଅତ୍ୟାଚାରର ସବୁ ସୀମା ପାର କରିଦେଇଥିଲା ଓ ପୂର୍ବ ପାକିସ୍ତାନରେ ଏହାର ଅଭିଯାନରେ 1 ଲକ୍ଷରୁ ଅଧିକ ଲୋକଙ୍କର ନରସଂହାର ହୋଇଥିଲା । ଭାରତ ଏହି ସମୟରେ ବାଂଲାଦେଶକୁ ସମର୍ଥନ କରିଥିଲା ଓ 13 ଦିନର ଯୁଦ୍ଧ ପରେ ପାକିସ୍ତାନଠାରୁ ବାଂଲାଦେଶ ଅଲଗା ହୋଇଥିଲା ।

ଭାରତର ସେନା ମୁକ୍ତି ବାହିନୀକୁ ସମର୍ଥନ କରୁଥିଲା କିନ୍ତୁ ପାକିସ୍ତାନ ପଟୁ 1971ରେ ଭାରତୀୟ ପୋଷ୍ଟ ଗୁଡିକ ଉପରକୁ ଆକ୍ରମଣ ପରେ ଭାରତ ସିଧାସଳଖ ଭାବରେ ଏ‌ହି ଅଭିଯାନରେ ସାମିଲ ହୋଇଥିଲା । ଭାରତ ସମ୍ପୂର୍ଣ୍ଣ ଶକ୍ତିର ସହିତ ପାକିସ୍ତାନ ସହିତ ଲଢେଇ କରିବା ଆରମ୍ଭ କରିଥିଲା ।

ପାକିସ୍ତାନ ଦୁଇପଟୁ ଯୁଦ୍ଧ କରିବା ଖୁବ୍ କଷ୍ଟକର ଥିଲା । ମୁକ୍ତି ବାହିନୀର ସୈନିକ ପାକିସ୍ତାନର ବିଭିନ୍ନ ସ୍ଥାନରେ ସୈନିକଙ୍କ ଉପରେ ଆକ୍ରମଣ କରୁଥିଲେ । ଏଭଳି ଭାବରେ ପାକିସ୍ତାନର ମନୋବଳ ଭାଙ୍ଗିଯାଇଥିଲା। ଶେଷରେ ଡିସେମ୍ବର 16 ତାରିଖରେ ପାକିସ୍ତାନ ସେନା ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା ।

ଏହି ଯୁଦ୍ଧ ଶେଷ ହେବା ପରେ ୯୩ ହଜାରରୁ ଅଧିକ ପାକ୍ ସୈନିକ ଆତ୍ମସପର୍ମଣ କରିଥିଲେ । ଯୁଦ୍ଧରେ ପ୍ରାୟ 3,900 ଭାରତୀୟ ସୈନିକ ମଧ୍ୟ ଶହୀଦ ହୋଇଥିଲେ । ଏହି ସମୟରେ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ABOUT THE AUTHOR

...view details