ଓଡିଶା

odisha

By

Published : Jul 17, 2021, 8:34 AM IST

ETV Bharat / bharat

କୂଅରେ ଖସି ପଡି ୮ ଜଣଙ୍କ ମୃତ୍ୟୁ ଘଟଣା; ସହାୟତା ରାଶି ଘୋଷଣା କଲେ PM

ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାର କୂଅରେ ଖସି 8 ଜଣ ଲୋକଙ୍କ ମୃତ୍ୟୁ ଘଟଣା । 2 ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

Vidisha incident: PM Modi announces Rs 2 lakh ex-gratia for kin of deceased
MP ବିଦିଶାରେ କୂଅରେ ଖସି ପଡି ୮ ଲୋକଙ୍କ ମୃତ୍ୟୁ ଘଟଣା ; ସହାୟତା ରାଶି ଘୋଷଣା କଲେ PM

ଭୋପାଳ: ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାର କୂଅରେ ଖସି 8 ଜଣ ଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଏନେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି ।

ସୂଚନା ଅନୁସାରେ,ଶୁକ୍ରବାର ଦିନ ଜଣେ ବାଳକ ବାସୋଦାରେ ଥିବା ଏକ କୂଅରେ କୈଣସି କାରଣ ବଶତଃ ଖସି ପଡିଥିଲା । ବାଳକଟିକୁ ଉଦ୍ଧାର କରିବା ପାଇଁ ଜଣେ ପରେ ଜଣେ ଲୋକ ସ୍ଥାନୀୟ ଅଞ୍ଚଳରେ ଜମା ହୋଇଥିଲେ । ବାଳକଟିକୁ ଉଦ୍ଧାର ପାଇଁ ଏକ ରଶିଟିକୁ କୂଅରେ ପକାଇଥିଲେ ସ୍ଥାନୀୟ ଲୋକେ। ଦୁର୍ଭାଗ୍ୟବଶତଃ ରସିଟି ଛିଣ୍ତି ଯାଇଥିଲା । ପରେ ସମସ୍ତ କୂଅରେ ଖସି ପଡିଥିଲେ । ଉଦ୍ଧାରକାରୀ ଦଳ ୧୯ ଜଣଙ୍କୁ କୂଅରୁ ଉଦ୍ଧାର କରାଯାଇଥିବା ବେଳେ ୮ ଜଣଙ୍କ ମୃତଦେହ ଠାବ ହୋଇଥିବା ସୂଚନା ମିଳିଥିଲା । ଏହାସହ ଅନେକ ଆହତଙ୍କୁ ମଧ୍ୟ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଦୁଃଖ ପ୍ରକାଶ କରିଥିଲେ । ଏହାସହ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ 5 ଲକ୍ଷର ସହାୟତା ଯୋଗାଇ ଦେବା ସହ ଆହତଙ୍କୁ 50 ହଜାରର ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ABOUT THE AUTHOR

...view details