ଲକ୍ଷ୍ନୌ:ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ପରିସରର ସଂଲଗ୍ନ ଜ୍ଞାନବ୍ୟାପୀ ମସଜିଦ ପରିସରସ୍ଥିତ ଶୃଙ୍ଗାର ଗୌରୀ ଦର୍ଶନ ମାମଲାରେ ଆଜି ଦ୍ୱିତୀୟ ଦିନ ପାଇଁ ଶୁଣାଣି କରିଛନ୍ତି କମିଶନ । ତେବେ ଆଜି ପୁରା ଦିନ ମାମଲାର ଶୁଣାଣି ପରେ ଓକିଲ କମିଶନର ଅଜୟ କୁମାର ମିଶ୍ରଙ୍କ ସମେତ ଉଭୟ ହିନ୍ଦୁ ଏବଂ ମୁସଲମାନ ପକ୍ଷରୁ ମିଳିତ ଭାବେ 18 ଜଣିଆ ଟିମ ମସଜିଦ ଓ ଶୃଙ୍ଗାରଗୌରୀ ପୀଠରେ ଭିତରେ ପ୍ରବେଶ କରି ସର୍ଭେ କରିଛନ୍ତି । ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି ।
ଆଜି ସର୍ଭେରେ ଭିଡିଓ ଗ୍ରାଫିରେ ଅଂଶଗ୍ରହଣ କରିଥିବା ଦୁଇ ଭିଡିଓ ଗ୍ରାଫର ଇଟିଭି ଭାରତ ସମ୍ବାଦଦାତାଙ୍କ ସହ କଥା ହୋଇଛନ୍ତି । ଆଜିର ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେଇ ଭିଡିଓଗ୍ରାଫରମାନେ କହିଛନ୍ତି ଯେ ପ୍ରଥମ ଦିନରେ ମସଜିଦର ପଶ୍ଚିମ ପ୍ରାନ୍ତର କାନ୍ଥର ଭିଡିଓଗ୍ରାଫି ଶେଷ ହୋଇଛି । ଏହା ହେଉଛି ମସଜିଦର ସେହି ସମାନ ଅଂଶ ଯେଉଁଠାରେ ମା’ ଶୃଙ୍ଗାର ଗୌରୀଙ୍କ ମନ୍ଦିର ଅବସ୍ଥିତ ।