ଓଡିଶା

odisha

ETV Bharat / bharat

Train Accident Averted In Bilaspur: ବାହାନଗା ରେଳ ଦୁର୍ଘଟଣାର ପୁନରାବୃତ୍ତି ! ଗୋଟିଏ ଟ୍ରାକରେ 2ଟି ଟ୍ରେନ - ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ

ଛତିଶଗଡ଼ ବିଳାସପୁର ଷ୍ଟେସନରେ ଗୋଟିଏ ଟ୍ରାକରେ 2ଟି ଟ୍ରେନ। ବାହାନଗା ରେଳ ଦୁର୍ଘଟଣାର ପୁନରାବୃତ୍ତିରୁ ଅଳ୍ପକେ ବର୍ତ୍ତିଥିବା ନେଇ ଚର୍ଚ୍ଚା। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 11, 2023, 8:44 PM IST

Updated : Jun 11, 2023, 9:24 PM IST

ବାହାନଗା ରେଳ ଦୁର୍ଘଟଣାର ପୁନରାବୃତ୍ତି

ରାୟପୁର: ଛତିଶଗଡ଼ ବିଳାସପୁର ଷ୍ଟେସନରେ ମୁହାଁମୁହିଁ ମେମୁ ଟ୍ରେନ ଓ ମାଲବାହୀ ଟ୍ରେନ। ସଠିକ ସମୟରେ ଉଭୟ ଟ୍ରେନର ପାଇଲଟ ନିଜ ନିଜ ଟ୍ରେନକୁ ଅଟକାଇବା ପରେ ଅଳ୍ପକେ ବର୍ତ୍ତିଲା ଏକ ବଡ଼ ଧରଣର ଦୁର୍ଘଟଣା। ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଘଟଣା ଉପରେ ପ୍ରତିକ୍ରିୟା ରଖିଛି ଭାରତୀୟ ରେଳବାଇ । ଦୁର୍ଘଟଣା ଖବରକୁ ଏଡ଼ାଇବା ସହ ଏହା ଏକ ସାଧାରଣ ସିଗ୍ନାଲିଂ ପ୍ରକ୍ରିୟା ବୋଲି କହିଛି ।

ରବିବାର ଗୋଟିଏ ଟ୍ରାକରେ 2ଟି ଟ୍ରେନ ଥିବା ଭିଡିଓଟି ଭାଇରାଲ ହେବା ପରେ ଭାରତୀୟ ରେଳବାଇ ସଫେଇ ଦେଇଛି । ବିଭାଗ ପକ୍ଷରୁ କୁହାଯାଇଛି, " ଭିଡିଓରେ ଦୃଶ୍ୟମାନ ଘଟଣା ଅଟୋ ସେକ୍ସନ ସମୟର । ଏହି ସମୟରେ ବିଳାସପୁର-ଗ୍ରାଣ୍ଡ ଟ୍ରେନ ୱେଷ୍ଟର୍ଣ୍ଣ ରେଲରୋଡ (GTW) 10 ତାରିଖ ସନ୍ଧ୍ୟାରୁ ଟ୍ରାକରେ ରହିଛି । ସେପଟେ ମାଲବାହୀ ଟ୍ରେନ ନମ୍ବର D/NBOX ସନ୍ଧ୍ୟା 5.30ରୁ 6ଟା ପର୍ଯ୍ୟନ୍ତ GTW ହୋମ ସିଗ୍ନାଲରେ ଠିଆ ହୋଇଥିଲା । କାରଣ ଲାଇନ ନମ୍ବର 7ରେ ଅନ୍ୟ ଏକ ଟ୍ରେନ N/GTW ରହିଥିଲା। ଏହି ସମୟରେ KRBA ଲୋକାଲ ଟ୍ରେନ୍‌ 08746 ମାଲବାହୀ ଟ୍ରେନ ପଛରେ ଥିବା ଅଟୋ ସିଗ୍ନାଲ 2ରେ ପହଞ୍ଚିଥିଲା। ଏହାକୁ କେହି ଜଣେ ସ୍ଥାନୀୟ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହା କୌଣସି ତ୍ରୁଟି ନୁହେଁ, ବରଂ ଏକ ସାଧାରଣ ସିଗ୍ନାଲିଂ ପ୍ରକ୍ରିୟା ।"

ଏହା ବି ପଢନ୍ତୁ- Congress 5 Guarantees: ଅନ୍ୟ ରାଜ୍ୟରେ ବି ଲାଗୁ ହେବ ଏହି ସୁବିଧା ! ଶିବକୁମାର ରଖିଲେ ପ୍ରତିକ୍ରିୟା

ଅଟୋମେଟିକ ସିଗ୍ନାଲିଂ ବ୍ଲକ ସେକ୍ସନ କଣ ?:-ରେଳବାଇ ପକ୍ଷରୁ ଆହୁରି କୁହାଯାଇଛି ଯେ ଜୟରାମନଗର-ବିଳାସପୁର ଷ୍ଟେସନ ହେଉଛି ଅଟୋମେଟିକ ସିଗ୍ନାଲିଂ ବ୍ଲକ ସେକ୍ସନ । ରେଳ ବୋର୍ଡର ନିୟମ ଅନୁସାରେ ଯେଉଁଠି ଅଟୋ ସିଗ୍ନାଲିଂ ବ୍ଲକ ସେକ୍ସନ ରହିଥାଏ, ସେଠାରେ ଗୋଟିଏ ଟ୍ରାକରେ ଏକାଧିକ ଟ୍ରେନର ପରିଚାଳନ ସିଗ୍ନାଲ ଆଧାରରେ କରାଯାଏ । ଏଠାରେ ମଧ୍ୟ ସେହି ନିୟମ ଆଧାରରେ ଗୋଟିଏ ଟ୍ରାକରେ 2ଟି ଟ୍ରେନ ରହିଛି । ଯେଉଁ ଡିଭିଜନରେ ଅଟୋମେଟିକ ସିଗ୍ନାଲିଂ ବ୍ଲକ ସିଷ୍ଟମ ରହିଛି ସେଠାରେ ମଧ୍ୟ ଏହି ନିୟମ ଆଧାରରେ ଏକାଧିକ ଟ୍ରେନର ପରିଚାଳନା କରାଯାଏ ।

ସୂଚନା ଥାଉ କି ଭାଇରାଲ ହେଉଥିବା ଭିଡିଓରେ କୁହାଯାଉଛି ଯେ ଏହା ପୁଣି ବାହାନଗା ରେଳ ଦୁର୍ଘଟଣାର ପୁନରାବୃତ୍ତି ଥିଲା । ଯାହାକି ଅଳ୍ପକେ ବର୍ତ୍ତି ଯାଇଛି । ଛତିଶଗଡ଼ ବିଳାସପୁରରେ ସମାନ୍‌ ଟ୍ରାକରେ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ ରହିଥିଲା । ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଲୱେ ଜୋନ୍‌ରେ ରହିଛି ବିଳାସପୁର ଷ୍ଟେସନ । ସଠିକ ସମୟରେ ଉଭୟ ଟ୍ରେନର ପାଇଲଟ ବ୍ରେକ ଲଗାଇବାରୁ ଟ୍ରେନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଥିବା ଭିଡିଓରେ ଦେଖିବାକୁ ମିଳିଛି । ହେଲେ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି ଭାରତୀୟ ରେଳବାଇ । ଏପରି କୌଣସି ଘଟଣା ନଥିଲା ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଚଳିତ ମାସ 2 ତାରିଖରେ ଲୌହଦାନବର ରକ୍ତଭୋଜି ଦେଖିଥିଲା ଦେଶ ସମେତ ବିଶ୍ବ । ବାଲେଶ୍ବର ବାହାନଗାର ରେଳ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଏହି ଦୁର୍ଘଟଣା 3ଟି ଟ୍ରେନ ମଧ୍ୟରେ ହୋଇଥିଲା । ଯେଉଁଥିରେ 288 ଜଣ ଯାତ୍ରୀଙ୍କ ଅକାଳରେ ପ୍ରାଣ ବାୟୁ ଉଡ଼ିଯାଇଥିଲା । ଏହି ଘଟଣା ପରେ ସାଧାରଣ ଯାତ୍ରୀଟିଏ ଟ୍ରେନରେ ଯାତ୍ରା କରିବାକୁ ଭୟଭୀତ କରୁଛି । ସେପଟେ ଏପରି ଭିଡିଓ ସେମାନଙ୍କୁ ଅଧିକ ଭୟଭୀତ କରିପାରେ । ଏଣୁ ଏପରି ତଥ୍ୟହୀନ ଭିଡିଓକୁ ସେୟାର କରିବାକୁ ସାଧାରଣ ଜନତାଙ୍କୁ ରେଳବାଇ ପକ୍ଷରୁ ବାରଣ କରାଯାଇଛି ।

Last Updated : Jun 11, 2023, 9:24 PM IST

ABOUT THE AUTHOR

...view details