ଓଡିଶା

odisha

ETV Bharat / bharat

ବନ୍ୟାରେ ଭାସୁଛି ବେଙ୍ଗାଲୁରୁ: ଭାଇରାଲ ହେଉଛି ବିଜେପି ଯୁବମୋର୍ଚ୍ଚା ଅଧ୍ୟକ୍ଷଙ୍କ ଦୋଷା ଖିଆ ଭିଡିଓ - ତେଜସ୍ବୀ ସୂର୍ୟାଙ୍କ ଦୋଷା ଖିଆ ଭିଡିଓ

ବିଜେପି ସାସଂଦ ତଥା ଦଳର ଯୁବମୋର୍ଚ୍ଚା ଅଧ୍ୟକ୍ଷ ତେଜସ୍ବୀ ସୂର୍ୟାଙ୍କ (Video of BJP MP Tejasvi Surya) ଏକ ଭିଡିଓ ଭାଇରାଲ । ବେଙ୍ଗାଲୁରୁ ବନ୍ୟା ସମୟରେ ଦୋଷା ଖାଇ ଭିଡିଓ କରୁଥିବା ପ୍ରଦେଶ କଂଗ୍ରେସର ଅଭିଯୋଗ । ମିଳିନି ବିଜେପିର ପ୍ରତିକ୍ରିୟା । ଅଧିକ ପଢନ୍ତୁ

ବେଙ୍ଗାଲୁରୁରେ ବନ୍ୟା ଦୁର୍ଦ୍ଦଶା, ଭାଇରାଲ ହେବାରେ ଲାଗିଛି ବିଜେପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ତେଜସ୍ବୀ ସୂର୍ୟ୍ୟାଙ୍କ ଦୋଷା ଖିଆ ଭିଡିଓ
ବେଙ୍ଗାଲୁରୁରେ ବନ୍ୟା ଦୁର୍ଦ୍ଦଶା, ଭାଇରାଲ ହେବାରେ ଲାଗିଛି ବିଜେପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ତେଜସ୍ବୀ ସୂର୍ୟ୍ୟାଙ୍କ ଦୋଷା ଖିଆ ଭିଡିଓ

By

Published : Sep 6, 2022, 10:54 PM IST

ବେଙ୍ଗାଲୁରୁ:ପ୍ରବଳ ବର୍ଷାରେ ବେଙ୍ଗାଲୁରୁ ସହରରେ ନାହିଁ ନଥିବା ଦୁର୍ଦ୍ଦଶା । ଲୋକେ ଘରୁ ବାହାରି ପାରୁାନାହାନ୍ତି । ଏବେ ମଧ୍ୟ ସହର ବନ୍ୟା ଘେରରେ ରହିଛି । ଏପରି ସମୟରେ ବିଜେପି ସାସଂଦ ତଥା ଦଳର ଯୁବମୋର୍ଚ୍ଚା ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟାଙ୍କ (Video of BJP MP Tejasvi Surya) ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଫାଷ୍ଟଫୁଡ ଦୋକାନରେ ଦୋଷା ଖାଇ ଭିଡିଓ କରୁଛନ୍ତି ସୂର୍ଯ୍ୟା । ସ୍ଥାନୀୟ କନ୍ନଡ ଭାଷାରେ ଉକ୍ତ ଫାଷ୍ଟଫୁଡ ଦୋକାନର ନାମ କହିବା ସହ ଦୋଷାର ଟେଷ୍ଟ ନେଇ ମଧ୍ୟ କହୁଛନ୍ତି । କେହି ସେଠାକୁ ଆସିଲେ ନିଶ୍ଚୟ ଦୋଷା ଖାଇବାକୁ ସେ ଭିଡିଓରେ କୁହଥିବା ମଧ୍ୟ ଦେଖିବାକୁ ମିଳିଛି (controversial video of BJP MP Tejasvi Surya)। ତେବେ ଏହି ଭିଡିଓଟି ଏହି ବନ୍ୟା ସମୟର ବୋଲି କଂଗ୍ରେସ କହିଥିବା ବେଳେ ସେ ନେଇ କୌଣସି ସ୍ପଷ୍ଟତା ସାମ୍ନାକୁ ଆସିନି ।

ବନ୍ୟାରେ ବୁଡିଛି ବେଙ୍ଗାଲୁରୁ: ଭାଇରାଲ ହେଉଛି ବିଜେପି ଯୁବମୋର୍ଚ୍ଚା ଅଧ୍ୟକ୍ଷ ତେଜସ୍ବୀ ସୂର୍ୟ୍ୟାଙ୍କ ଦୋଷା ଖିଆ ଭିଡିଓ

ଏହି ଭାଇରାଲ ହେଉଥିବା ଭିଡିଓରେ, ସୂର୍ଯ୍ୟା ପଦ୍ମନାଭନଗରର ଏହି ଦୋକାନଟି ହୋଇଥିବା କହୁଥିବା ବେଳେ ସେ ସେଠାକୁ ଇଂଷ୍ଟାଗ୍ରାମରୁ ଫଟୋ ଦେଖି ଯାଇଥିବା ମଧ୍ୟ କହୁଛନ୍ତି । ତେବେ ଅନ୍ୟମାନେ ମଧ୍ୟ ଆସନ୍ତୁ ଓ ଦୋଷା ଖାଇକି ଯାଆନ୍ତୁ ବୋଲି ମଧ୍ୟ ସେ ଭିଡିଓରେ କହୁଥିବାର ଶୁଣିବାକୁ ମିଳୁଛି । ଭିଡିଓଟି ଚର୍ଚ୍ଚା ଅନୁସାରେ, ବର୍ତ୍ତମାନ ସମୟର ନା ପୁରୁଣା ଭିଡିଓକୁ ଭାଇରାଲ କରାଯାଉଛି ତାହା ବର୍ତ୍ତାମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇପାରନାହିଁ ।

ଗତକାଲି କର୍ଣ୍ଣାଟକ କଂଗ୍ରେସର ସାଧାରଣ ସମ୍ପାଦିକକା ତଥା ମିଡିଆ କୋର୍ଡିନେଟର ଲାବନ୍ୟା ବଲାଲ ଟ୍ୱିଟ୍ କରି ଏହି ଭିଡିଓ ପୋଷ୍ଟ କରିଥିବା ବେଳେ ଏପରି ସମୟରେ ଦୋଷା ଖାଉଥିବା କଥା କହି ତେଜସ୍ବୀ ସୂର୍ୟ୍ୟାଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ଅନ୍ୟପଟେ ଏନେଇ ସୂର୍ୟ୍ୟା କିମ୍ବା ତାଙ୍କ ଦଳ ବିଜେପି ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details