ଓଡିଶା

odisha

ETV Bharat / bharat

ୟୁପି ପଞ୍ଚାୟତ ନିର୍ବାଚନରେ ବିଜୟ ବିକାଶ ପାଇଁ ଆଶୀର୍ବାଦ: ମୋଦି - Victory

ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି 75 ଟି ଆସନରୁ 67 ଆସନରେ ବିଜୟ ହାସଲ କରିଛି ବିଜେପି । ଯାହାର ଫଳାଫଳ ବିଜେପିର ଲୋକପ୍ରିୟତାକୁ ଦର୍ଶାଉଛି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Jul 4, 2021, 9:16 AM IST

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ ବାଜି ମାରି ନେଇଛି ବିଜେପି । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି 75ଟି ଆସନରୁ 67 ଆସନରେ ବିଜୟ ହାସଲ କରିଛି ବିଜେପି । ୟୁପି ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ ଜନସେବା, ବିକାଶ ତଥା ଆଇନ ଶୃଙ୍ଖଳା ପାଇଁ ଆଶୀର୍ବାଦ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଏକ ଟ୍ବିଟ କରି କହିଛନ୍ତି, ଉତ୍ତରପ୍ରଦେଶ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ​​ବିଜେପିର ଗୌରବମୟ ବିଜୟ ହେଉଛି ବିକାଶ, ଜନସେବା ଏବଂ ଆଇନ ଶାସନ ପାଇଁ 'ଜନତା ଜନାର୍ଦ୍ଦନ'ର ଆଶୀର୍ବାଦ । ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନୀତି ଓ ଦଳୀୟ କର୍ମୀଙ୍କ ଆକ୍ଲାନ୍ତ ପରିଶ୍ରମକୁ ଯାଉଛି । ଏଥିପାଇଁ ୟୁପି ସରକାର ଏବଂ ବିଜେପି ସଂଗଠନକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶନିବାର ବିଜେପି ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ମୋଟ 75 ଟି ଆସନରୁ 67 ଆସନରେ ବିଜୟୀ ହୋଇଛି । ଏ ନେଇ ବିଜେପି ଅଧକ୍ଷ୍ୟ ଜେପି ନଡ୍ଡା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ରାଜ୍ୟ ସଂଗଠନର ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ ଓ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଜେପି ନଡ୍ଡା ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନରେ ୟୁପି ରାଜ୍ୟର ବିକାଶ ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଏହି ବିଜୟ ବିଜେପି ନୀତି ଉପରେ ଲୋକଙ୍କ ବିଶ୍ବାସର ପ୍ରତୀକ ବୋଲି ଟ୍ବିଟ କରି କହିଛନ୍ତି ନଡ୍ଡା । ଜିଲ୍ଲା ପଞ୍ଚାୟତ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ଯେ ଉତ୍ତରପ୍ରଦେଶର ଲୋକମାନେ ବିଜେପିର ବିକାଶ ତଥା ଉତ୍ତମ ଶାସନର ଏଜେଣ୍ଡା ସହିତ ଅଛନ୍ତି । ବିଜେପି ପ୍ରତି ଲୋକମାନଙ୍କର ବିଶ୍ବାସକୁ ଅଭିବାଦନ ଜଣାଉଛି ବୋଲି କହିଛନ୍ତି ନଡ୍ଡା ।

ଏହା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୟୁପି ସିଏମ, ସ୍ବତନ୍ତ୍ର ଦେବ ସିଂ ଓ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ବିଜେପି ସରକାର ରାଜ୍ୟର କୃଷକ, ଗରିବ, ସମସ୍ତ ଅଧିକାରରୁ ବଞ୍ଚିତ ଲୋକ ଓ ପ୍ରଗତି ପାଇଁ ସେମାନଙ୍କ ଆକାଂକ୍ଷା ପୂରଣ କରିବାକୁ କାର୍ଯ୍ୟ କରିବ ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବିଜେପିର ଏବି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଯୋଗୀଜୀଙ୍କ ନେତୃତ୍ବ, ରାଜ୍ୟ ସରକାରଙ୍କ ଉତ୍ତମ ଶାସନ ଏବଂ କର୍ମୀମାନଙ୍କ ଉଦ୍ୟମ ଏବଂ ନିଷ୍ଠାର ଫଳାଫଳ ଏହି ବିଜୟ ବୋଲି କହିଛନ୍ତି ରାଜନାଥ ସିଂ ।

2022 ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ୟୁପିରେ ହୋଇଛି ପଞ୍ଚାୟତ ନିର୍ବାଚନ । ନିକଟରେ ଅନୁଷ୍ଠିତ ହୋଇଥିବା ମୋଟ 75 ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଏକାକି 67 ଟି ଆସନରେ ବିଜୟ ହାସଲ କରିଛି । ଏହି ନିର୍ବାଚନରେ ବିଜେପି, ସମାଜବାଦୀ ପାର୍ଟି, କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଳ ଗୁଡିକ ମଧ୍ୟ ଭାଗ ନେଇଥିଲେ । କିନ୍ତୁ ବିଜେପି ସମସ୍ତଙ୍କୁ ପରାଜୟର ରାସ୍ତା ଦେଖାଇଛି । ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ସରକାର ଗଠନ କରିବା ନିଶ୍ଚିତ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସ୍ବତନ୍ତ୍ରଦେବ ସିଂହ । ଏହି ଫଳାଫଳ ବିଜେପିର ଲୋକପ୍ରିୟତାକୁ ଦର୍ଶାଉଛି ।

@IANS

ABOUT THE AUTHOR

...view details