ନୂଆଦିଲ୍ଲୀ:ହାଇଦ୍ରାବାଦ ଗସ୍ତରେ ଥିବା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି (ରବିବାର) ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ସେ ସଙ୍ଗରୋଧରେ ରହି ଚିକିତ୍ସିତ ହେବେ । ସେହିପରି ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ସେ ନିଜ ଆଡୁ କୋଭିଡ ଟେଷ୍ଟ କରାଇବା ପାଇଁ ମଧ୍ୟ ପରାମର୍ଶ ଦେଇ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।
ହାଇଦ୍ରାବାଦରେ ଥିବା ଉପରାଷ୍ଟ୍ରପତିଙ୍କ ଠାରେ ସାମାନ୍ୟ କୋଭିଡ ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କ ନମୂନା ପରୀକ୍ଷା କରାଯାଇଥିଲା । ତେବେ ସେ କୋଭିଡରେ ସଂକ୍ରମିତ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତାଙ୍କ ଠାରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ନଥିବାରୁ ସେ ଏବେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବେ ।