ଓଡିଶା

odisha

ETV Bharat / bharat

New Building of Parliament: ନୂଆ ସଂସଦ ଭବନ ଗଜ ଦ୍ବାରରେ ଧ୍ୱଜାରୋହଣ କଲେ ଉପରାଷ୍ଟ୍ରପତି

ନୂଆ ସଂସଦ ଭବନ ଗଜ ଦ୍ବାରରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଜାତୀୟ ପତାକା ଧ୍ୱଜାରୋହଣ କରିଛନ୍ତି । ଅଧିକ ପଢନ୍ତୁ

national flag  hoists at New Building of Parliament
ନୂଆ ସଂସଦ ଭବନ ଗଜ ଦ୍ବାରରେ ଧ୍ବଜାବତରଣ କଲେ ଉପରାଷ୍ଟ୍ରପତି

By ETV Bharat Odisha Team

Published : Sep 17, 2023, 10:15 AM IST

Updated : Sep 17, 2023, 4:48 PM IST

National flag hoists at New Building of Parliament

ନୂଆଦିଲ୍ଲୀ:ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା । ଆସନ୍ତା ସେପ୍ଟେମ୍ବର 18 ତାରିଖରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ନୂଆ ସଂସଦ ଭବନରେ ଧ୍ୱଜାରୋହଣ ହୋଇଛି । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ନୂଆ ସଂସଦ ଭବନ ଗଜ ଦ୍ବାରରେ ଜାତୀୟ ପତାକା ଧ୍ୱଜାରୋହଣ କରିଛନ୍ତି । ଲୋକସଭା ବାଚସ୍ପତ୍ତି ଓମ ବିର୍ଲା ମଧ୍ୟରେ ଉପସ୍ଥିତ ରହିଛନ୍ତି ।

ଆସନ୍ତା 18 ତାରିଖରେ ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଗଣେଶ ପୂଜା ଅବସରରେ ଏହି ନୂଆ ସଂସଦ ଭବନରେ ପ୍ରଥମ ଥର ଅଧିବେଶନ କାର୍ଯ୍ୟ ହେବ । ତେବେ ଆଜି(ରବିବାର) ଏହି ନୂତନ ସୌଧରେ ଧ୍ବଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉପରାଷ୍ଟ୍ରପତି ଜଗଦୀପ ଧନଖର ନୂଆ ସଂସଦ ଭବନ ଗଜ ଦ୍ବାରରେ ଜାତୀୟ ପତାକା ଧ୍ୱଜାରୋହଣ କରିଛନ୍ତି । ନୂଆ ସଂସଦ ଭବନ ଧ୍ୱଜାରୋହଣ କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରଣ, ପିୟୁଷ ଗୋଏଲ, ଅର୍ଜୁନ ରାମ ମେଘୱାସ, କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଜଧୁରୀ ଏବଂ ପ୍ରମୋଦ ତିୱାରୀ ଉପସ୍ଥିତ ହୋଇଥିଲେ ।

ନୂଆ ସଂସଦ ଭବନର ଧ୍ବଜାବତରଣ କରି ଉରାଷ୍ଟ୍ରପତି ଜଗଦୀପ ଧନଖର କହିଛନ୍ତି, ଏହା ଏକ ଐତିହାସିକ ମୂହୁର୍ତ୍ତ । ଭାରତ ଯୁଗ ପରିବର୍ତ୍ତନର ସାକ୍ଷୀ ହୋଇଛି । ଭାରତର ଶକ୍ତି ଓ ଅବଦାନକୁ ବିସ୍ବ ସ୍ବୀକାର କରିଛି । ଆମେ ସମୟରେ ବଞ୍ଚିଛୁ । ଆମେ ବିକାଶର ସାକ୍ଷୀ ହୋଇଛୁ ଯାହା କେବେ ଆମେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲୁ ।''

ଅନ୍ୟପଟେ ନୂଆ ସଂସଦ ଭବନ ଧ୍ୱଜାରୋହଣ କାର୍ଯ୍ୟକ୍ରମରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ଼ଗେ ଅଂଶଗ୍ରହଣ କରିନାହାନ୍ତି । କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଏବଂ ପ୍ରମୋଦ ତିୱାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲେ । ଧ୍ୱଜାରୋହଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭା ସଚିବ ପି.ସି ମୋଦିଙ୍କୁ ଚିଠି ଲେଖି ଅଗଗତ କରିଥିଲେ । କଂଗ୍ରେସର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ହାଇଦ୍ରାବାଦରେ ଆରମ୍ଭ ହୋଇଛି । ଏହି ବୈଠକରେ ଖଡଗେ ଉପସ୍ଥିତରୁ ଦିଲ୍ଲୀରେ ହୋଇଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଚିଠି ଜରିଆରେ ଅବଗତ କରାଇଥିଲେ ଖଡଗେ ।

ଏହା ବି ପଢନ୍ତୁ...140 କୋଟି ଭାରତୀୟଙ୍କ ସ୍ବପ୍ନର ପ୍ରତିବିମ୍ବ ନୂଆ ସଂସଦ ସୌଧ: ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...ନୂଆ ସଂସଦ ଭବନ ଧ୍ବଜାରୋହଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେନି ଖଡଗେ

ଏହା ବି ପଢନ୍ତୁ...ନୂଆ ସଂସଦ ଭବନରେ ସ୍ଥାପିତ ହେଲା ଐତିହ୍ୟ 'ସେଙ୍ଗୋଲ'

ପ୍ରକାଶ ଥାଉ କି, ଚଳିତ ବର୍ଷ ମଇ 28 ତାରିଖରେ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବହୁ ପ୍ରତୀକ୍ଷିତ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ପ୍ରାୟ 60 ହଜାର ଶ୍ରମିକ ନିୟୋଜିତ ହୋଇଥିଲେ । 2020 ଅକ୍ଟୋବରରେ ଏହାର ନିର୍ମାଣ ଲାଗି ଭୂମିପୂଜନ ହୋଇଥିଲା । ପ୍ରାୟ 64,500 ବର୍ଗ ମିଟର ଅଞ୍ଚଳରେ ଏହି ନୂତନ ସଂସଦ ଭବନ ନିର୍ମାଣ କରାଯାଇଛି । ଏହାର 3ଟି ଦ୍ବାର ରହିଛି ଯାହା ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର । ନୂଆ ସଂସଦ ଭବନ ଲୋକସଭା ସିଟ୍ ସଂଖ୍ୟା 888 ଓ ରାଜ୍ୟସଭା ସିଟ 384 ରହିଛି । ନୂଆ ସଂସଦ ସୌଧରେ ଭାରତୀୟ କଳା ଓ ସଂସ୍କୃତି ଝଲକ ଦେଖିବାକୁ ମିଳିିଛି ।

Last Updated : Sep 17, 2023, 4:48 PM IST

ABOUT THE AUTHOR

...view details