ଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦୀୟ ଦଳର ନେତାମାନଙ୍କ ସହ ବୈଠକ କଲେ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏହି ବୈଠକରେ ବିଭିନ୍ନ ଦଳର ସଂସଦୀୟ ଦଳର ନେତାମାନେ ଅଂଶଗ୍ରହଣ କରିଥିବା ଜଣାପଡିଛି । ଗଣତାନ୍ତ୍ରିକ ପରମ୍ପରା ଅନୁଯାୟୀ ଅଧିବେସନ ଆରମ୍ଭ ହେବା ପୂର୍ବରୁ ଏହି ବୈଠକ ଡକାଯାଇଥାଏ । ଆଜିର ଏହି ବୈଠକ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବାସଭବନରେ ଆୟୋଜିତ ହୋଇଥିଲା ।
ଅଧିବେଶନ ପୂର୍ବରୁ ବିଭିନ୍ନ ସଂସଦୀୟ ଦଳ ନେତାଙ୍କ ସହ ଉପରାଷ୍ଟ୍ରପତିଙ୍କ ବୈଠକ - ମୌସୁମୀ ଅଧିବେସନ
ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦୀୟ ଦଳର ନେତାମାନଙ୍କ ସହ ବୈଠକ କଲେ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ...
ଅଧିବେଶନ ପୂର୍ବରୁ ବିଭିନ୍ନ ସଂସଦୀୟ ଦଳ ନେତାଙ୍କ ସହ ଉପରାଷ୍ଟ୍ରପତିଙ୍କ ବୈଠକ
ଆଜିର ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ । ଜୁଲାଇ 19 ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ମୌସୁମୀ ଅଧିବେସନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ ଆସିବାର ମଧ୍ୟ ସୂଚନା ରହିଛି । ବୈଠକରେ ଅଧିବେଶନ ବେଳେ ଶାନ୍ତିପୂର୍ଣ୍ଣ ଆଲୋଚନା ଓ ସହଯୋଗ ପାଇଁ ଆଲୋଚନା ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ