ନୂଆଦିଲ୍ଲୀ:ଭେଟେରାନ୍ ସାମ୍ବାଦିକ ତୁର୍ଲପତି କୁଟୁମ୍ବ ରାଓଙ୍କ ମୃତ୍ୟୁରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଶୋକ ପ୍ରକାଶ କରିଛନ୍ତି । ବରିଷ୍ଠ ସାମ୍ବାଦିକ ରାଓ 89 ବର୍ଷ ବୟସରେ ସୋମବାର ମଧ୍ୟାହ୍ନ ସମୟରେ ବିଜୟୱାଡାରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ରାଓ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ସାମାଜିକ କର୍ମୀ, ଲେଖକ, ସାମ୍ବାଦିକ ଓ ଜଣେ ପ୍ରତିଭାବାନ ବ୍ୟକ୍ତିତ୍ବ ଥିଲେ ବୋଲି ଉପରାଷ୍ଟ୍ରପତି କହିଛନ୍ତି । ଗତ କିଛି ଦିନ ପୂର୍ବେ ଉପରାଷ୍ଟ୍ରପତି ବିଜୟୱାଡା ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ସେ ସ୍ବର୍ଣ୍ଣ ଭାରତ ଟ୍ରଷ୍ଟରେ ରହିଥିଲେ । ତେବେ ସେଠାରେ ରାଓଙ୍କ ସହିତ ତାଙ୍କର ଏକ ଉତ୍ତମ ସାକ୍ଷାତକାର ହୋଇଥିଲା ବୋଲି ନାଇଡୁ କହିଛନ୍ତି ।