ଓଡିଶା

odisha

ETV Bharat / bharat

ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କ ଫୋନ ହ୍ୟାକ୍‌ - ମାର୍ଗରେଟ ଅଲଭାଙ୍କ ଫୋନ ହ୍ୟାକ୍‌

ବିରୋଧି ଗୋଷ୍ଠୀର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କ ଫୋନକୁ କୌଣସି କଲ୍ ଆସୁନି କିମ୍ବା ଯାଉନି । ଏହାକୁ ନେଇ MTNLକୁ କଟାକ୍ଷ କରିଛନ୍ତି ଅଲଭା । ଅଧିକ ପଢନ୍ତୁ

ଫୋନ କାମ ନ କରିବାରୁ MTNLକୁ କଟାକ୍ଷ କଲେ ମାର୍ଗରେଟ ଅଲାଭଙ୍କ
ଫୋନ କାମ ନ କରିବାରୁ MTNLକୁ କଟାକ୍ଷ କଲେ ମାର୍ଗରେଟ ଅଲାଭଙ୍କ

By

Published : Jul 26, 2022, 10:58 AM IST

ନୂଆଦିଲ୍ଲୀ: ବିରୋଧି ଗୋଷ୍ଠୀର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କ ଫୋନ କାମ କରୁନି । ତାଙ୍କ ମୋବାଇଲ ଫୋନକୁ କୌଣସି କଲ୍ ଆସୁନି କି କାହା ପାଖକୁ କଲ୍ ଯାଉନି । ସୋମବାର ସେ ଟ୍ବିଟ୍ କରି ଏହା ଜଣାଇଛନ୍ତି । ଏଥିପାଇଁ ମାର୍ଗରେଟ ଅଲଭା ଏମଟିଏନଏଲ(MTNL)କୁ କଟାକ୍ଷ କରିଛନ୍ତି । ଟେଲିକମ କମ୍ପାନୀକୁ ଟାର୍ଗେଟ କରି ସେ କହିଛନ୍ତି, ''ପ୍ରିୟ BSNL/ MTNL ଯଦି ମୋ ନେଟୱାର୍କ ସେବା ସ୍ବାଭାବିକ ହୁଏ ତେବେ ମୁଁ ଆଜି ରାତିରେ ବିଜେପି, ଟିଏମସି ଏବଂ ବିଜେଡିର କୌଣସି ସାଂସଦଙ୍କୁ ଫୋନ କରିବି ନାହିଁ ବୋଲି ପ୍ରତିଶ୍ରୁତି ଦେଉଛି ।''

ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗରେଟ ଅଲଭା ଏଭଳି କହିବାର କାରଣ ହେଉଛି, ସୋମବାର ଦିନ ସେ ବିଜେପି ଦଳର ନିଜର କିଛି ବନ୍ଧୁଙ୍କ ସହ କଥାବାର୍ତ୍ତା କରିବା ପରେ ତାଙ୍କ ଫୋନ କଲ୍‌ଗୁଡିକ ଡାଇଭର୍ଟ ହୋଇଯାଇଛି । ସେ କୌଣସି କଲ୍ କରିପାରୁନାହନ୍ତି କି ଅନ୍ୟପଟୁ ଗ୍ରହଣ କରିପାରୁନାହନ୍ତି । ବିଜେପିର କିଛି ବନ୍ଧୁଙ୍କ ସହ କଥା ହେବା ପରେ ଏସବୁ ଘଟିବାରୁ ଟେଲିକମ କମ୍ପାନୀ ଏହା ଜାଣିଶୁଣି କରୁଥିବାର ସେ ଭାବୁଛନ୍ତି ।

ତେଣୁ ତାଙ୍କ ଫୋନ ଯଦି ସ୍ବାଭାବିକ ହୁଏ, ତେବେ ସେ ବିଜେପି, ଟିଏମସି ଏବଂ ବିଜେଡିର କୌଣସି ସାଂସଦଙ୍କୁ କଲ୍ କରିବେ ନାହିଁ ବୋଲି କଟାକ୍ଷ କରି କହିଛନ୍ତି । ଅନ୍ୟପଟେ KYS ସସପେଣ୍ଡ ହୋଇଯାଇଥିବାରୁ MTNL ସିମକାର୍ଡ ୨୪ ଘଣ୍ଟା ଯାଏଁ ବ୍ଲକ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଆପଣ ଏବେ ମୋର KYC ଚାହାନ୍ତି କି ? ବୋଲି ପ୍ରଶ୍ନ କରିଛନ୍ତି ଅଲଭା ।

ABOUT THE AUTHOR

...view details