ନୂଆଦିଲ୍ଲୀ:ଆଜି ସ୍ଥଳସେନା ଉପମୁଖ୍ୟ ପଦରୁ ଅବସର ଗ୍ରହଣ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ସେନା ଉପମୁଖ୍ୟଙ୍କ ଅବସର ନେଇ ସରକାରୀ ବିବୃତ୍ତିରେ ସୂଚନା ଦିଆଯାଇଛି । ଗତ ବର୍ଷ ଫେବୃଆରୀ 1 ତାରିଖରେ ଜେନେରାଲ ସିପି ମହାନ୍ତି ସ୍ଥଳସେନା ଉପମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଉପମୁଖ୍ୟ ଭାବେ ଦାୟିତ୍ବ ପାଇବା ପୂର୍ବରୁ ସେନାର ଦକ୍ଷିଣ କମାଣ୍ଡର ନେତୃତ୍ବ ନେଉଥିଲେ ।
Lt Gen CP Mohanty Retires: ଅବସର ନେଲେ ସ୍ଥଳସେନା ଉପମୁଖ୍ୟ - ସ୍ଥଳସେନା ଉପମୁଖ୍ୟଙ୍କ ଅବସର
ଅବସର ନେଲେ ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ଅଧିକ ପଢନ୍ତୁ
ଅବସର ନେଲେ ସ୍ଥଳସେନା ଉପମୁଖ୍ୟ ଲେଫନାଣ୍ଟ ଜେନେରାଲ ସିପି ମହାନ୍ତି
ଜେନେରାଲ ସିପି ମହାନ୍ତି ଡେରାଡୁନସ୍ଥିତ ଭାରତୀୟ ମିଲିଟାରି ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ପରେ 1982 ମସିହା ଜୁନ 12 ତାରିଖରେ ରାଜପୁତ ରେଜିମେଣ୍ଟରେ ନିଜ ସେନା କ୍ୟାରିୟର ଆରମ୍ଭ କରିଥିଲେ । ସେ ତାଙ୍କ କ୍ୟାରିୟରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ମିଶନରେ ନିଜର ସାମରିକ ନେତୃତ୍ବ ଦକ୍ଷତାର ପରିଚୟ ଦେଇଛନ୍ତି । ପ୍ରଥମେ ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନାର ନତୃତ୍ବ ନେବା ସହ ଜାତିସଂଘ ଦ୍ବାରା କଙ୍ଗୋରେ କରାଯାଇଥିବା ଶାନ୍ତି ପ୍ରତିଷ୍ଠା ମିଶନରେ ମଧ୍ୟ ସେ ଭାରତୀୟ ସେନାର ନେତୃତ୍ବ ନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ