ମୁମ୍ବାଇ:ପଶ୍ଚିମ ନୌସେନାର ମୁଖ୍ୟ ଭାବେ ଭାଇସ ଆଡମିରାଲ ଆର ହରି କୁମାର ରବିବାର ଦାୟିତ୍ବ ଗ୍ରହଣ କରିଛନ୍ତି । ତେବେ ସେ ଏହି ଦାୟିତ୍ବ ମୁମ୍ବାଇରେ ଥିବା କମାଣ୍ଡ ପୋଷ୍ଟ ମୁଖ୍ୟ କାର୍ଯ୍ୟାଳୟରୁ ସି ଅଜିତ କୁମାରଙ୍କଠାରୁ ଗ୍ରହଣ କରିଛନ୍ତି ।
ଭାଇସ ଆଡମିରାଲ ଆର.ହରି 4 ଦଶନ୍ଧି ଧରି ଭାରତୀୟ ନୌସେନାରେ ଦେଶକୁ ସେବା ଯୋଗାଇଛନ୍ତି । ସେ ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର ହୋଇଥିବା ବେଳେ ଭାରତୀୟ ନୌସେନାରେ 1983 ମସିହା ଜାନୁଆରୀ 1 ତାରିଖରେ ଯୋଗ ଦେଇଥିଲେ । ସେ ଜାହାଜର ବନ୍ଧୁକଗୁଡିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ, ଜାହାଜର ଗୁଳିଗୋଳା ଭଣ୍ଡାରର ସୁରକ୍ଷିତ ସଂରକ୍ଷଣ ଦାୟିତ୍ବରେ ଥିବା ବେଳେ 5ଟି ଯୁଦ୍ଧ ଜାହାଜର ମୁଖ୍ୟ ଓ INS ଭିରାଟ ଏୟାରକ୍ରାଫ୍ଟର କମାଣ୍ଡ ଦାୟିତ୍ବ ଗ୍ରହଣ କରିଥିଲେ ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି ।