ଓଡିଶା

odisha

ETV Bharat / bharat

ନରେନ୍ଦ୍ର ମୋଦି ସବୁଠୁ ସଫଳ ପ୍ରଧାନମନ୍ତ୍ରୀ: ମୁକେଶ ଅମ୍ବାନୀ - ଭାଇବ୍ରାଣ୍ଟ ସମ୍ମିଳନୀ

Mukesh Ambani on PM Modi: ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ମୁକେଶ ଅମ୍ବାନୀ। ଅଧିକ ପଢନ୍ତୁ

Mukesh Ambani on PM Modi
ମୁକେଶ ଅମ୍ବାନୀ

By ETV Bharat Odisha Team

Published : Jan 10, 2024, 12:51 PM IST

ଗାନ୍ଧୀନଗର:ଆରମ୍ଭ ହୋଇଯାଇଛି ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଉଦଘାଟନ କରିଥିବା ବେଳେ ଏହା ଆସନ୍ତା 12 ଜାନୁଆରୀ ଯାଏଁ ଚାଲିବ । ଏହି ସମ୍ମିଳନୀରେ 34 ଦେଶର 16 ପ୍ରତିଷ୍ଠାନ ସାମିଲ ହୋଇଛନ୍ତି । ଗାନ୍ଧିନଗର ସ୍ଥିତ ମହାତ୍ମା ମନ୍ଦିରରେ ଆରମ୍ଭ ହୋଇଛି ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ।

ଏହି କ୍ରମରେ ରିଲାଏନ୍ସ ଇଣ୍ଡ୍ରଷ୍ଟିଜ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ଶିଖର ସମ୍ମିଳନୀରେ ଯୋଗଦେଇ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଯେତେବେଳେ ମୋଦି କିଛି କୁହନ୍ତୁ ସେତେବେଳେ ସାରା ବିଶ୍ବ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ଶୁଣି ଥାଆନ୍ତି ବୋଲି ସେ କହିଛନ୍ତି । ମୁକେଶ ଅମ୍ବାନୀ ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସେ ପ୍ରଧାନମନ୍ତ୍ରୀଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଗୁଜରାଟରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀର ଆୟୋଜିତ ହେଉଛି । ଏହି ସମ୍ମିଳନୀ 2003ରେ ଆରମ୍ଭ ହୋଇଥିଲା । ପ୍ରଥମ ସମ୍ମିଳନୀରେ 700 ପ୍ରତିନିଧି ଅଂଶଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା 1ଲକ୍ଷକୁ ବୃଦ୍ଧି ପାଇଛି ।

ମୋଦି ସର୍ବଶ୍ରେଷ୍ଠ ବିଶ୍ବ ନେତା: ମୁକେଶ ଅମ୍ବାନୀଙ୍କ କହିବା ଅନୁସାରେ, "ମୁଁ ଭାରତର ପ୍ରବେଶ ଦ୍ବାରର ସହର ମୁମ୍ବାଇରୁ ଆଧୁନିକ ଭାରତ ବିକାଶର ପ୍ରବେଶ ଦ୍ବାର ଗୁଜୁରାଟକୁ ଆସିଛି । ମୁଁ ଗୁଜରାଟୀ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି। ଯେତେବେଳେ ବିଦେଶୀ ନବ ଭାରତ ବିଷୟରେ ଚିନ୍ତା କରୁଛନ୍ତି, ଯେତେବେଳେ ସେମାନେ ନୂତନ ଗୁଜୁରାଟ ବିଷୟରେ ମଧ୍ୟ ଚିନ୍ତା କରିଥାଆନ୍ତି । ଏହି ପରିବର୍ତ୍ତନ କିଭଳି ହେଲା ? ଏହି ପରିବର୍ତ୍ତନ ପଛରେ କେବଳ ଗୋଟିଏ ନେତା ରହିଛନ୍ତି। ଯିଏ କି ଆମ ସାମ୍ନାରେ ଜଣେ ବିଶ୍ବର ସର୍ବଶ୍ରେଷ୍ଠ ନେତାର ମାନ୍ୟତା ପାଇସାରିଛନ୍ତି । ସେହି ନେତା ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଭାରତ ଇତିହାସରେ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ । "

ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀକୁ ନେଇ ଅମ୍ବାନୀ କହିଛନ୍ତି, "20 ବର୍ଷ ଧରି ହେଉଥିବା ଏହି ସମ୍ମିଳନୀ ଭଳି ଆଉ କୌଣସି ସମ୍ମିଳନୀ ହୋଇପାରି ନାହିଁ । କିନ୍ତୁ ଏହି ସମ୍ମିଳନୀ ବର୍ଷକୁ ବର୍ଷ ମଜଭୁତ ହୋଇ ଆସୁଛି। ଏହା ମୋଦିଙ୍କ ଦୂରଦୃଷ୍ଟି ଏବଂ ସଫଳତାର ଫଳାଫଳ ଅଟେ । ଗୁଜରାଟ ସମ୍ମିଳନୀରେ ଭାଗ ନେଉଥିବା ନେତାଙ୍କ ମଧ୍ୟରୁ ମୁଁ ମଧ୍ୟ ଜଣେ ଭାଗ୍ୟଶାଳୀ ନେତା, ଯିଏ ପ୍ରତ୍ୟେକ ବର୍ଷ ସମ୍ମିଳନୀରେ ସାମିଲ ହେବାର ସୁଯୋଗ ପାଉଛି ।"

ଏହା ମଧ୍ୟ ପଢନ୍ତୁ: 2024ରେ ଭାରତରେ ଟେସଲାର ଏଣ୍ଟ୍ରି ! ଆସନ୍ତା ମାସରେ ଗୁଜୁରାଟ ଆସିପାରନ୍ତି ମସ୍କ

ମୋଦି ଅଛନ୍ତି ତ ସବୁ ସମ୍ଭବ: ପ୍ରାୟ ସମସ୍ତ ଭାରତୀୟ କହନ୍ତି ଯେ, ମୋଦି ଅଛନ୍ତି ତ ସବୁ କିଛି ସମ୍ଭବ। ମୋତେ ମୋର ସମସ୍ତେ ବିଦେଶୀ ବନ୍ଧୁ ଏହି ସ୍ଲୋଗାନର ଅର୍ଥ ପଚାରିଛନ୍ତି। ତେବେ ମୋଦିଙ୍କ ଦୂରଦୃଷ୍ଟି ଏବଂ ସଫଳତା ଯୋଗୁଁ ସେ ସମସ୍ତ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରିପାରନ୍ତି ବୋଲି ମୁଁ କୁହେ ବୋଲି କହିଛନ୍ତି ମୁକେଶ ଅମ୍ବାନୀ। ଏହି ଉକ୍ତିକୁ ମୋର ବିଦେଶୀ ବନ୍ଧୁମାନେ ମଧ୍ୟ ସହମତି ପ୍ରକାଶ କରିଥିଲେ।

ବିଶ୍ବର ବିକାଶ କଥା କୁହନ୍ତି ମୋଦି: ମୁକେଶ ଅମ୍ବାନୀ କହିଛନ୍ତି, "ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦି କହୁଥିଲେ ଭାରତର ବିକାଶ ପାଇଁ ଗୁଜୁରାଟର ବିକାଶ ହେବା ଜରୁରୀ ଅଟେ । ଏହିପରି ଭାବେ ପ୍ରଧାନମନ୍ତ୍ରୀ ଗୁଜୁରାଟକୁ ଭାରତର ବିକାଶର ଇଞ୍ଜିନ ବୋଲି ମନେ କରିଛନ୍ତି। ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବରେ ମୋଦି ବିଶ୍ବର ବିକାଶ ପାଇଁ ଭାରତର ବିକାଶ ବିଷୟରେ ଆଲୋଚନା କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ମନ୍ତ୍ର ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଭାରତକୁ ବିଶ୍ବର ବିକାଶର ଇଞ୍ଜିନ ଭାବେ ତିଆରି କରୁଛନ୍ତି ।

ରିଲାଏନ୍ସ ଚେୟାରମ୍ୟାନ୍ କହିଛନ୍ତି, ଦୁଇ ଦଶନ୍ଧି ମଧ୍ୟରେ ମୋଦୀ ଗୁଜୁରାଟରୁ ବିଶ୍ୱର ଅନେକ ସ୍ଥାନକୁ ଯାତ୍ରା କରିଛନ୍ତି। ଦେଶର ଅର୍ଥବ୍ୟବସ୍ଥାରେ ନିଜକୁ ସାମିଲ କରିବା ପାଇଁ ଭାରତୀୟ ଯୁବକମାନଙ୍କ ପାଇଁ ସର୍ବତ୍ତୋମ ସମୟ। ଭବିଷ୍ୟତ ପିଢି ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ହେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବେ। ସେ ବିକଶିତ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । 2047 ସୁଦ୍ଧା ଭାକତର ଅର୍ଥବ୍ୟବସ୍ଥା 35 ଟ୍ରିଲିୟନ ଡଲାର ହେବା ନେଇ କେହି ରୋକିପାରିବେ ନାହିଁ ବୋଲି କହିଛନ୍ତି ଅମ୍ବାନୀ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details