ନୂଆଦିଲ୍ଲୀ:ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଦେବା ପରେ ଦେଶରେ ଦେଖାଯାଇଥିବା ହିଂସା ଓ ହତ୍ୟାକାଣ୍ଡକୁ ନିନ୍ଦା କରିଛି ବିଶ୍ବ ହିନ୍ଦୁ ପରିଷଦ । ରାଜସ୍ଥାନ ଉଦୟପୁର ଓ ମହାରାଷ୍ଟ୍ରର ଅମରାବତୀରେ ନୁପୂର ଶର୍ମାଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟିଥିବା ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ଏହା ରାଷ୍ଟ୍ର ବିରୋଧୀ ତତ୍ତ୍ବ ବୋଲି କହିଛନ୍ତି ବିଶ୍ବ ହିନ୍ଦୁ ପରିଷଦ (VHP) କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ।
ଆଲୋକ କୁମାର କହିଛନ୍ତି, ଏହି ଦୁଇ ଘଟଚଣାରେ ପରିଷଦ ପକ୍ଷରୁ ସମ୍ବିଧାନ ସଙ୍କଳ୍ପ ଯାତ୍ରାର ଆୟୋଜନ କରାଯାଇଥିଲା । ଦେଶ ସରିଆ କାନୁନରେ ଚାଲି ପାରିବ ନାହିଁ, ଏହା ସମ୍ବିଧାନରେ ଚାଲିବ । ଦୀର୍ଘ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଆଗାମୀ ଦିନରେ ହିନ୍ଦୁମାନେ ମଥୁରାରେ ମଧ୍ୟ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ପାଇବେ ।