ଓଡିଶା

odisha

ETV Bharat / bharat

ରାମମନ୍ଦିରକୁ ନେଇ ସାଇବର ଠକେଇ ଅଭିଯୋଗ, କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭିଏଚପିର ଦାବି

VHP files complaint : ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମକୁ ନେଇ ବଡ ସାଇବର ଠକେଇ ଅଭିଯୋଗ । ସୋସିଆଲ ମିଡିଆରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନାଁ ରେ ଆକାଉଣ୍ଟ ଖୋଲି ଅର୍ଥ ମାଗୁଛନ୍ତି ଅପରାଧି । ଅଧିକ ପଢନ୍ତୁ

ରାମମନ୍ଦିରକୁ ନେଇ ସାଇବର ଠକେଇ ଅଭିଯୋଗ, କଡା କାର୍ଯ୍ୟାନୁଷ୍ଠାନ ପାଇଁ ଭିଏଚପିର ଦାବି
ରାମମନ୍ଦିରକୁ ନେଇ ସାଇବର ଠକେଇ ଅଭିଯୋଗ, କଡା କାର୍ଯ୍ୟାନୁଷ୍ଠାନ ପାଇଁ ଭିଏଚପିର ଦାବି

By ETV Bharat Odisha Team

Published : Dec 31, 2023, 8:14 PM IST

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର । ଏନେଇ ଦିଲ୍ଲୀଠାରୁ ପଲ୍ଲୀ ଯାଏଁ ସବୁଠି ଚର୍ଚ୍ଚା ଚାଲିଛି । ଏଥି ମଧ୍ୟରେ ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମକୁ ନେଇ ଏକ ବଡ଼ ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନାଁରେ ଏକ ନକଲି ଆକାଉଣ୍ଟ ଖୋଲି କିଛି ଦୁର୍ବୁତ୍ତ ଲୋକଙ୍କୁ ଦାନ ଆକାରରେ ଟଙ୍କା ମାଗିବାର ଘଟଣା ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ କ୍ୟୁଆର୍‌ କୋଡ୍‌କୁ ସେୟାର କରି ଲୋକଙ୍କୁ ରାମ ମନ୍ଦିରର ଉଦଘାଟନରେ ଅଧିକରୁ ଅଧିକ ସହଯୋଗ କରିବାକୁ ଅପିଲ କରାଯାଇଛି । ବିଶ୍ବ ହିନ୍ଦୁ ପରିଷଦ ଏହା ବିରୁଦ୍ଧରେ ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀ ପୋଲିସ ନିକଟରେ ଏତଲା ଦେଇଛି । ସେହିପରି ଏହା ପୂର୍ବରୁ ରାଜସ୍ଥାନରେ ରାମ ମନ୍ଦିରକୁ ନେଇ ଚାନ୍ଦା କାଟି ରସିଦ ଦେବାର ମାମଲା ସାମ୍ନାକୁ ଆସିଥିଲା ।

ଫେସବୁକ୍‌ରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନାଁ ରେ ଏକ ଫେକ୍‌ ପ୍ରୋଫାଇଲ ତିଆରି କରି କ୍ୟୁଆର୍‌ କୋଡ୍‌ ସେୟାର କରାଯାଇଛି । ଏହି ପ୍ରୋଫାଇଲ ଟି. ଅଭିଷେକ କୁମାର ନାଁରେ ତିଆରି ହୋଇଛି । ଭକ୍ତଙ୍କୁ ମନ୍ଦିରର ଉଦଘାଟନ ଉତ୍ସବରେ ସହାୟତା ପାଇଁ ଅପିଲ୍‌ କରି ସେହିପରି ଅନ୍ୟ ଏକ ୟୁପିଆଇ ନମ୍ବର (୯୦୪୦୯୧୪୭୩୬@paytm) ସେୟାର କରାଯାଇଛି । ଏହି ପ୍ରୋଫାଇଲ ଟି ମନୀଷା ନଲ୍ଲାବେଲୀ ନାଁ ରେ ତିଆରି ହୋଇଛି । ବିଭିନ୍ନ ହ୍ବାଟ୍ସ ଆପ୍‌ ଗ୍ରୁପ୍‌ରେ ମଧ୍ୟ ଏହିଭଳି ନକଲି ମେସେଜ୍‌ ପଠାଇ ଲୋକଙ୍କଠାରୁ ଟଙ୍କା ମଗା ଯାଉଛି ।

ଏହା ମଧ୍ୟ ପଢନ୍ତୁ ...ଆମେରିକାରେ ଶୁଭିଲା ଜୟ ଶ୍ରୀରାମ; ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଖୁସିରେ ବାହାରିଲା କାର୍ ରାଲି

ଡିଜିପି ଉତ୍ତରପ୍ରଦେଶକୁ ଦେଇଥିବା ଅଭିଯୋଗରେ ବିଶ୍ବ ହିନ୍ଦୁ ପରିଷଦ କହିଛି ଯେ, ଏଭଳି କାରନାମା ଭବ୍ୟ ରାମ ମନ୍ଦିରକୁ ବଦନାମ କରିବାକୁ କୁଚକ୍ରାନ୍ତ ଅଟେ । ଏହା ଜରିଆରେ ଅନୈତିକ ଉପାୟରେ ଲୋକଙ୍କଠାରୁ ଅର୍ଥ ବସୁଲ କରାଯାଉଛି । ଏହାସହ ଏହା ପଛରେ ଥିବା ଲୋକଙ୍କୁ ଯଥାଶୀଘ୍ର ଗିରଫ କରି ଉଚିତ କାର୍ଯ୍ୟାନୁଷ୍ଠାନ କରିବାକୁ ବିଶ୍ବ ହିନ୍ଦୁ ପରୁିଷଦ ଦୃଢ଼ ଦାବି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details