ଓଡିଶା

odisha

ETV Bharat / bharat

ଲୋକପ୍ରିୟ ତାମିଲ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ସନ୍ଦେହଜନକ ମୃତ୍ୟୁ, ମିଳିଛି ପଦ୍ମଭୂଷଣ ସମ୍ମାନ - ଜଣାଶୁଣା ଗାୟିକା ବାଣୀ ଜୟରାମ

ତାମିଲନାଡୁର ଲୋକପ୍ରିୟ ଗାୟିକା ବାଣୀ ଜୟରାମଙ୍କ ମୃତଦେହ ଉଦ୍ଧାର । କାରଣ ଅସ୍ପଷ୍ଟ । ଚଳିତବର୍ଷ ପାଇଥିଲେ ପଦ୍ମଭୂଷଣ ସମ୍ମାନ । ଅଧିକ ପଢନ୍ତୁ

ଲୋକପ୍ରିୟ ତାମିଲ ଗାୟିକା ବାଣୀ ଜୟରାମଙ୍କ ସନ୍ଦେହଜନକ ମୃତ୍ୟୁ+
ଲୋକପ୍ରିୟ ତାମିଲ ଗାୟିକା ବାଣୀ ଜୟରାମଙ୍କ ସନ୍ଦେହଜନକ ମୃତ୍ୟୁ

By

Published : Feb 4, 2023, 3:31 PM IST

Updated : Feb 4, 2023, 3:41 PM IST

ହାଇଦ୍ରାବାଦ:ଲୋକପ୍ରିୟ ତାମିଲ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଚେନ୍ନାଇ ସ୍ଥିତ ତାଙ୍କ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ଯୁର କାରଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ । ତେବେ ଚଳିତବର୍ଷ ସମ୍ମାନଜନକ ପଦ୍ମଭୂଷଣ ସମ୍ମାନ ପାଇଁ ତାଙ୍କ ନାମ ଘୋଷଣା କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଣୀଙ୍କୁ 78 ବର୍ଷ ବୟସ ହୋଇଥିଲା । 2018 ରେ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଥିଲା । ବାଣୀ ତାମିଲ ଓ ଅନ୍ୟ ଦକ୍ଷିଣ ଭାରତୀୟ ଭାଷା ସମେତ 19 ଭାଷାରେ ପ୍ରାୟ 10 ହଜାରରୁ ଅଧିକ ଗୀତ ଗାଇ ସ୍ରୋତାଙ୍କ ଆଦୃତି ପାଇଥିଲେ । 1971ରୁ କଣ୍ଠଦାନ ଆରମ୍ଭ କରିଥିବା ବାଣୀ ପ୍ରାୟ 5 ଦଶନ୍ଧି ଧରି ସଙ୍ଗୀତ ଜଗତରେ ସକ୍ରିୟ ରହିଥିଲେ । ରାଜ୍ୟ ସମେତ ଜାତୀୟ ସ୍ତରରେ ଅନେକ ପୁରସ୍କାର ଓ ସ୍ବୀକୃତି ମଧ୍ୟ ପାଇଥିଲେ ବାଣୀ ।

ତାଙ୍କୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରିବା ପାଇଁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ତେବେ ତାଙ୍କର ମୃତ୍ୟୁରେ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି । ତାମିଲ ସିନେମା ଜଗତ ସହ ସମ୍ପୃକ୍ତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 4, 2023, 3:41 PM IST

ABOUT THE AUTHOR

...view details