ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ (Veteran Journalist Vinod Dua passes away ) । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଝିଅ ତଥା ଅଭିନେତ୍ରୀ ମଲ୍ଲିକା ଦୁଆ । ତାଙ୍କ ଶେଷ କୃତ୍ୟ ଆସନ୍ତାକାଲି ସମ୍ପନ୍ନ କରାଯିବ ।
ଶନିବାର ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ 67 ବର୍ଷରେ ଦେହାନ୍ତ ହୋଇଛି । ସେ ଦିଲ୍ଲୀର ଏକ ଡାକ୍ତରଖାନାର ଚିକିତ୍ସା ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଏହାପୂର୍ବରୁ ସେ କୋଭିଡ 19ରେ ସଂକ୍ରମଣ ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଭାରତରେ ଟିଭି ସାମ୍ବାଦିକତାରେ ଜଣେ ପରିଚିତ ଚେହେରା ଥିଲେ ବିନୋଦ ଦୁଆ ।
ସାମ୍ବାଦିକତା କ୍ୟାରିୟରର ବୃହତ ସମୟ ସେ ଦୂରଦର୍ଶନ ଏବଂ NDTV ସହିତ କାମ କରିଥିଲେ । ଏହା ବ୍ୟତୀତ ସେ ବିଭିନ୍ନ ଟିଭି ଚ୍ୟାନେଲ ଏବଂ ଅନଲାଇନ୍ ପୋର୍ଟାଲରେ ବିଭିନ୍ନ ଶୋ କରୁଥିଲେ । ଦୀର୍ଘ ୪୨ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ନିଜର ପାରଦର୍ଶୀତା ଦେଖାଇଥିଲେ ।