କୋଲକାତା: ବିଶିଷ୍ଟ କାର୍ଟୁନିଷ୍ଟ ପଦ୍ମଶ୍ରୀ ନାରାୟଣ ଦେବନାଥଙ୍କ ଦେହାନ୍ତ(veteran comics artist narayan debnath passes away) । ୯୭ ବର୍ଷ ବୟସରେ କୋଲକାତା ଠାରେ ନାରାୟଣଙ୍କ ପରଲୋକ ହୋଇଛି । ସେ କିଛି ଦିନ ଧରି ମେଡିକାଲରେ ଚିକିତ୍ସାଧୀନ ରହିଥିଲେ । ଆଜି(ମଙ୍ଗଳବାର) ଦିନ ୧୦ଟା ୧୫ ମିନିଟ୍ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଭେଟେରାନ କାର୍ଟୁନିଷ୍ଟ ନାରାୟଣ ଦେବନାଥଙ୍କ ଦେହାନ୍ତ - ପଶ୍ଚିମବଙ୍ଗ ଲୋକପ୍ରିୟ କାର୍ଟୁନିଷ୍ଟଙ୍କ ମୃତ୍ୟୁ
ବିଶିଷ୍ଟ କାର୍ଟୁନ ଆର୍ଟିଷ୍ଟ ପଦ୍ମଶ୍ରୀ ନାରାୟଣ ଦେବନାଥଙ୍କ ଦେହାନ୍ତ । ଅଧିକ ପଢନ୍ତୁ

ଭେଟେରାନ କାର୍ଟୁନିଷ୍ଟ ନାରାୟଣ ଦେବନାଥଙ୍କ ଦେହାନ୍ତ
ନାରାୟଣ ଦେବନାଥ ୧୯୨୫ ମସିହାରେ ହାୱଡାର ଶିବପୁରରେ ଜନ୍ମଗ୍ରହଣ କରିଥିଲେ । ୨୦୨୧ରେ ସେ ଦେଶର ସର୍ବୋଚ୍ଚ ବେସମାରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ । ୫୩ ବର୍ଷ ଧରି ତାଙ୍କର ସୁପ୍ରସିଦ୍ଧ କାର୍ଟୁନ ହଣ୍ଡା-ଭୋଣ୍ଡା ପ୍ରକାଶ ପାଉଥିଲା । ସେ ରବିନ୍ଦ୍ରନାଥ ଟାଗୋରଙ୍କ ଉପରେ ରବି-ଛବି କାର୍ଟୁନ ପ୍ରକାଶିତ କରୁଥିଲେ । ସୂଚନାଥାଉ କି, ଦେବନାଥଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଗତ ଡିସେମ୍ବର ୨୪ ତାରିଖ ଦିନ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jan 18, 2022, 11:54 AM IST