ବାଲେଶ୍ବର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଭେରୀ ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ ମିସାଇଲ୍ର ସଫଳ ପରୀକ୍ଷଣ କରିଛି (Very Short Range Air Defence System) । ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍ ପୋର୍ଟେବଲ୍ ଲଞ୍ଚରରୁ ଏହି ମିସାଇଲ୍ର ସଫଳ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ପରେ ମିସାଇଲ୍କୁ ନେଇ DRDO ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
DRDO ପକ୍ଷରୁ କୁହାଯାଇଛି, "VSHORADS ଏକ ମ୍ୟାନ୍ ପୋର୍ଟେବଲ୍ ଏୟାର ଡିଫେନ୍ସ ସିଷ୍ଟମ୍(Man Portable Air Defence System) । DRDO ଲାବୋରେଟୋରୀ ଏବଂ ଭାରତୀୟ ଉଦ୍ୟୋଗ ସହଭାଗୀଙ୍କ ସହଯୋଗରେ ହାଇଦ୍ରାବାଦ DRDO ଅନୁସନ୍ଧାନ କେନ୍ଦ୍ର ଇମାରାଟ୍ ଦ୍ବାରା ଏହି ମିସାଇଲ୍ ବିକଶିତ ହୋଇଛି । ଭେରୀ ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ ମିସାଇଲ୍ରେ ଅତ୍ୟାଧୁନିକ ଟେକ୍ନୋଲୋଜୀ ବ୍ୟବହାର ହୋଇଛି । ଏଥିରେ ଥିବା ସମସ୍ତ ଟେକ୍ନିକ୍ ପରୀକ୍ଷଣ ବେଳେ ବ୍ୟବାହର କରାଯାଇଥିଲା । କମ ଉଚ୍ଚତା ବିଶିଷ୍ଟ ବାୟୁ ଆକ୍ରମଣକୁ ଏହା ପ୍ରତିହତ କରି ପାରିବାର କ୍ଷମତା ରଖିଛି । ଏହି ମିସାଇଲ୍ ଡୁଆଲ୍ ଥ୍ରଷ୍ଟ କଠିନ ମୋଟର ଦ୍ୱାରା ପରିଚାଳିତ ।"