ନୂଆଦିଲ୍ଲୀ:ରାଜଧାନୀ ଦିଲୀରେ ଦିନକୁ ଦିନ ବୃଦ୍ଧି ହେଉଛି ବାୟୁ ପ୍ରଦୂଷଣ(very poor air quality in national capital region) । ଆଜି ଦୀପାବଳି ଥିବାରୁ ଦିଲ୍ଲୀର ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି । ଦିଲ୍ଲୀରେ ବାୟୁର ଗୁଣବତ୍ତା(Air Quality Index) ଅତି ଖରାପ ସ୍ଥିତିରେ ଥିବା ଜଣାପଡିଛି । ଅପରାହ୍ନ ୪ଟା ସୁଦ୍ଧା ଗୁରୁଗ୍ରାମ ଓ ଦିଲ୍ଲୀରେ ବାୟୁଗୁଣବତ୍ତା ୩୦୦ ପାର୍ କରିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରେକର୍ଡ କରିଛି ।
ନୋଏଡାରେ ବାୟୁ ଗୁଣବତ୍ତା ୩୦୫ ରେକର୍ଡ କରାଯାଇଥିବା ବେଳେ ଗୁରୁଗ୍ରାମରେ ୩୨୨ ଓ ଦିଲ୍ଲାରେ ୩୧୨ ରେକର୍ଡ କରାଯାଇଥିଲା । ସେହିପରି ମୁମ୍ବାଇରେ ବାୟୁ ଗୁଣବତ୍ତା ୧୩୬, ବେଙ୍ଗାଲୁରୁରେ ୧୦୦ ରହିଥିବା ବେଳେ କୋଲକାତାରେ ଆଜି ଅପରାହ୍ନ 4ଟା ସମୟରେ ବାୟୁ ଗୁଣାବତ୍ତା 55 ରହିଥିଲା । ତେବେ ରାତ୍ରି ସମୟରେ ବାଣ ଫୁଟାଇବା କାରଣରୁ ବାୟୁ ଗୁଣବତ୍ତା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ମୁଖ୍ୟତ ପ୍ରତ୍ୟେକ ବର୍ଷ ଦିଲ୍ଲୀରେ ଦୀପାବଳୀ ପରେ ବାୟୂ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥାଏ । ଯାହାକୁ ନେଇ ଦିଲ୍ଲୀରେ ଯାତାୟତରେ ବଧାପ୍ରାପ୍ତ ହେବା ସହ ଦୂଷିତ ବାୟୁରେ ଅଣନିଶ୍ବାସୀ ହୋଇପଡନ୍ତି ଦିଲ୍ଲୀବାସୀ ।