ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍ ମିସାଇଲ୍ (VL-SRSAM)ର ସଫଳ ପରୀକ୍ଷଣ କରାଯାଇଛି । ଏହାକୁ ନେଇ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ସୂଚନା ଦିଆଯାଇଛି । ଏହି ସର୍ଫେସ୍ ଟୁ ଏୟାର ମିସାଇଲ ଭାରତୀୟ ନୌସେନା ପକ୍ଷରୁ ପରୀକ୍ଷଣ କରାଯାଇଛି ।
ଚାନ୍ଦିପୁରରୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍ ମିସାଇଲ୍ର ସଫଳ ପରୀକ୍ଷଣ - ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍ ମିସାଇଲ୍ର ସଫଳ ପରୀକ୍ଷଣ
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍ ମିସାଇଲ୍ (VL-SRSAM)ର ସଫଳ ପରୀକ୍ଷଣ । ଏହାକୁ ନେଇ DRDO ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ
![ଚାନ୍ଦିପୁରରୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍ ମିସାଇଲ୍ର ସଫଳ ପରୀକ୍ଷଣ ଚାନ୍ଦିପୁରରୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍ ମିସାଇଲ୍ର ସଫଳ ପରୀକ୍ଷଣ](https://etvbharatimages.akamaized.net/etvbharat/prod-images/768-512-15645972-thumbnail-3x2-missile-test.jpg)
ଚାନ୍ଦିପୁରରୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ୍ ମିସାଇଲ୍ର ସଫଳ ପରୀକ୍ଷଣ
ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ DRDOକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "DRDO, ଭାରତୀୟ ନୌସେନାକୁ ସର୍ଫେସ୍ ଟୁ ଏୟାର ମିସାଇଲର ସଫଳ ପରୀକ୍ଷଣ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି । ଓଡ଼଼ିଶାର ଚାନ୍ଦିପୁର ଘାଟିରେ ହୋଇଥିବା ଏହି ମିସାଇଲ ପ୍ରତିରକ୍ଷା ବାହିନୀକୁ ମଜଭୁତ କରିବା ସହ ନୌସେନାକୁ ଆକାଶ ମାର୍ଗରୁ ମାଡି଼ ଆସୁଥିବା ବିଭିନ୍ନ ଆକ୍ରମଣରୁ ରକ୍ଷା କରିବ ।"