ଓଡିଶା

odisha

ETV Bharat / bharat

ସରୁଛି 72 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ, ଉପରାଷ୍ଟ୍ରପତି ହୋଷ୍ଟ କରିବେ ନୈଶ୍ୟଭୋଜି - ଉରରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ସରୁଛି 72 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ । ଆସନ୍ତାକାଲି ଦିଆଯିବ ସମ୍ବର୍ଦ୍ଧନା । ସାମିଲ ହେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଅଧିକ ପଢନ୍ତୁ

ସରୁଛି 72ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ,  ଉପରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ହେବ ବିଦାୟ ସମ୍ବର୍ଦ୍ଧନା ଓ ନୈଶ୍ୟଭୋଜି
ସରୁଛି 72ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ, ଉପରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ହେବ ବିଦାୟ ସମ୍ବର୍ଦ୍ଧନା ଓ ନୈଶ୍ୟଭୋଜି

By

Published : Mar 30, 2022, 8:53 PM IST

ନୂଆଦିଲ୍ଲୀ: ରାଜ୍ୟସଭାର 72 ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହି ଅବସରରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୈଶ୍ୟଭୋଜି ମଧ୍ୟ ଆୟୋଜିତ ହେବାକୁଯାଉଛି । ଉକ୍ତ ସନ୍ଧ୍ୟାରେ ନୈଶ୍ୟଭୋଜି ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆସନ୍ତାକାଲି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ହେବ।

ଏଥିରେ ଅବସର ନେବାକୁଥିବା 72 ରାଜ୍ୟସଭା ସାଂସଦ ତଥା ନିକଟରେ ଅବସର ନେଇଥିବା 19ଜଣ ସାଂସଦଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଅନ୍ୟ ଏକ ରୋଚକ କଥା ହେଉଛି ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ସାଂସଦମାନେ ବିଭିନ୍ନ କଳା ପ୍ରଦର୍ଶନ କରିବେ । ତୃଣମୂଳ ସାଂସଦ ଶାନ୍ତନୁ ସେନ ଗିଟାର ବଜାଇବାକୁ ଥିବାବେଳେ ଅନ୍ୟ ଜଣେ ଟିଏମସି ସାଂସଦ ଡୋଲା ସେନ ରବୀନ୍ଦ୍ର ସଙ୍ଗୀତ ପରିବେଷଣ କରିବେ ।

ସେହିପରି DMK ସାଂସଦ ତିରୁଚି ଶିବା ମଧ୍ୟ ଏକ ସାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ । ଭାରତୀୟ ଜନତା ପାର୍ଟି ସାଂସଦ ରୂପା ଗାଙ୍ଗୁଲି ହିନ୍ଦୀ ସଙ୍ଗୀତ ଗାନ କରିବାକୁ ଥିବା ବେଳେ ରାମଚନ୍ଦ୍ର ଝାଙ୍ଗରା ମଧ୍ୟ ଏକ ଦେଶତ୍ମକବୋଧ ସଙ୍ଗୀତ ପରିବେଷଣ କରିବେ । ସେହିପରି ଏନସିପି ସାଂସଦ ବନ୍ଦନା ଚୌହାନ ହିନ୍ଦୀରେ ସଙ୍ଗୀତ ପରିବେଷଣ କରିବା ନେଇ ସୂଚନା ରହିଛି । ପ୍ରାୟ 20ବର୍ଷ ପରେ ଏକ ବିଦାୟକାଳୀନ ନୈଶ୍ୟଭୋଜିରେ ଏପରି ଭିନ୍ନ ଧରଣର ଆୟୋଜନ ଦେଖିବାକୁ ମିଳିବା ନେଇ ରାଜ୍ୟସଭା ସଚିବାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏହି ଅବସରରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା, ବିଭିନ୍ନ ଦଳର ସାଂସଦ ମଧ୍ୟ ଗୃହରେ ବିବୃତ୍ତି ରଖିବାର କାର୍ଯ୍ୟକ୍ରମ ରହିଛି । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ସ୍ବାଭାବିକ ଭାବେ ଥିବା ଶୂନ୍ୟକାଳ ଓ ପ୍ରଶ୍ନକାଳକୁ ବାଦ ଦିଆଯିବା ସହ ସାଂସଦମାନଙ୍କୁ ଏହି ଅବସରରେ କହିବାକୁ ସୁଯୋଗ ଦିଆଯିବା ନେଇ ଉପରାଷ୍ଟ୍ରପତି ଆଜି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details