ଓଡିଶା

odisha

ETV Bharat / bharat

ଆଦର୍ଶ ସମ୍ବିଧାନ ରକ୍ଷକର ଉଦାହରଣ ଉପରାଷ୍ଟ୍ରପତି: ଶାହା

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଆଦର୍ଶ ସମ୍ବିଧାନ ରକ୍ଷକର ପ୍ରକୃତ ଉଦାହରଣ ହେଉଛନ୍ତି ଉପରାଷ୍ଟ୍ରପତି । ଅଧିକ ପଢନ୍ତୁ

By

Published : Nov 14, 2021, 9:01 PM IST

ଆଦର୍ଶ ସମ୍ବିଧାନ ରକ୍ଷକର ଉଦାହରଣ ଉପରାଷ୍ଟ୍ରପତି : ଶାହ
ଆଦର୍ଶ ସମ୍ବିଧାନ ରକ୍ଷକର ଉଦାହରଣ ଉପରାଷ୍ଟ୍ରପତି : ଶାହ

ଅମରାବତୀ: ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ହେଉଛନ୍ତି ସମ୍ବିଧାନର 'ଆଦର୍ଶ ରକ୍ଷକ'। ଏପରି ଭାବେ ଉପରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆନ୍ଧ୍ରପ୍ରଦେଶ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ନେଲୋର ଜିଲ୍ଲାର ଭେଙ୍କଟାଚାଲାମରେ ସ୍ବର୍ଣ୍ଣ ଭାରତ ଟ୍ରଷ୍ଟର 20ତମ ବାର୍ଷିକ ଉତ୍ସବରେ ଜନ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଉପରାଷ୍ଟ୍ରପତିଙ୍କୁ ଜଣେ ଆଦର୍ଶ ରାଷ୍ଟ୍ରନିତୀଜ୍ଞ ଭାବେ ଅବିହିତ କରି ପ୍ରଶଂସା କରିଛନ୍ତି ।

ଶାହ କହିଛନ୍ତି, ଉପରାଷ୍ଟ୍ରପତି ଓ ରାଜ୍ୟସଭା ଅଧ୍ୟକ୍ଷ ଭାବେ ସମ୍ବିଧାନର ରକ୍ଷକ କପରି ହେବା ଉଚିତ ସେନେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଭେଙ୍କୟା ନାଇଡୁ। ଭାରତୀୟ ସମ୍ବିଧାନରେ ଉଲ୍ଲେଖ କରାଯାଇଥିବା ଉପରାଷ୍ଟ୍ରପତିଙ୍କ କର୍ତ୍ତବ୍ୟ କିପରି ମର୍ଯ୍ୟାଦାର ସହ ଅନୁପାଳନ ହେବ ତାହା ସେ କରି ଦେଖାଇଛନ୍ତି, ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି ବୋଲି କହିଛନ୍ତି ଶାହା ।

ଉପରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପୂର୍ବରୁ ନାଇଡୁ ଭାରତୀୟ ଜନତା ପାର୍ଟିର ରଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବାର ସମୟକୁ ମଧ୍ୟ ମନେ ପକାଇଛନ୍ତି ଶାହ । ଦଳ ଅନେକ ଉତ୍ଥାନ-ପତନ ମଧ୍ୟରେ ଗତି କରି ସଫଳତା ହାସଲ କରିଛି। ତାଙ୍କ ନେତୃତ୍ବ ସମୟରେ ଅନୁଶାସନ ସହ ଦଳକୁ ଆଗକୁ ନେବାପାଇଁ ସେ କାର୍ଯ୍ୟ ଜାରି କରିଥିଲେ। ଦଳରେ ଶୃଙ୍ଖଳା ଓ ନୀତିନିଷ୍ଠତା ପ୍ରତିଷ୍ଠା କରିବାରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା ବୋଲି କହିଥିଲେ ଶାହ ।

ସେହିପରି ନିକଟରେ ଅନୁଷ୍ଠିତ ପଦ୍ମ ପୁରସ୍କାର ସମ୍ପର୍କରେ ଶାହା କହିଛନ୍ତି, କ୍ଷମତାରେ ଥିବାବେଳେ ଅଧିକାଂଶ ଦଳ ସୁପାରିଶ ମାଧ୍ୟମରେ ପଦ୍ମ ପୁରସ୍କାର ପ୍ରଦାନ କରୁଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ପୃଷ୍ଠଭୂମିରେ ରହି ସମାଜ ପାଇଁ ଅବଦାନ ଦେଇଥିବା ଲୋକଙ୍କୁ ସମ୍ମାନିତ କରିବାର ନୂଆ ପରମ୍ପରା ସୃଷ୍ଟି କରିଛନ୍ତି । କର୍ଣ୍ଣାଟକର ଜଣେ ମହିଳା ପରିବେଶ ପାଇଁ ଓ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ଅଜ୍ଞାତ ମୃତଦେହର ସତ୍କାର କରି ପଦ୍ମ ପୁରସ୍କାରରେ ସମ୍ମାନିତ ହେବା ତାହାର ଏକ ଉଦାହରଣ ବୋଲି କହିଛନ୍ତି ଶାହା ।

ସ୍ବର୍ଣ୍ଣ ଭାରତ ଟ୍ରଷ୍ଟ ଆନ୍ଧ୍ର ପ୍ରଦେଶର ନେଲୋର ଜିଲ୍ଲାର ନାଇଡୁରେ 2001 ରେ ପ୍ରତିଷ୍ଠିତ ହୋଇଥିଲା । ଏହି ଟ୍ରଷ୍ଟ ଗରିବ, ଅସହାୟ ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟ ଚଳାଇବା ସହ ଏବଂ ବିଶେଷକରି ମହିଳା ଏବଂ ଯୁବକମାନଙ୍କ ପାଇଁ ଆତ୍ମନିଯୁକ୍ତି ଦିଗରେ ତାଲିମ କାର୍ଯ୍ୟକ୍ରମ ପ୍ରଦାନ କରିଥାଏ । ତେବେ ଏହି ସଂଗଠନର ଆୟୋଜିତ 20ତମ ବାର୍ଷିକ ଉତ୍ସବରେ ଗୃହମନ୍ତ୍ରୀ ଶାହାଙ୍କ ସହ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମଧ୍ୟ ଯୋଗ ଦେଇଥିଲେ ।

@ANI

ABOUT THE AUTHOR

...view details