ଓଡିଶା

odisha

ETV Bharat / bharat

ଦ୍ବିତୀୟ ଡୋଜ ଟିକା ନେଲେ ଉପରାଷ୍ଟ୍ରପତି - second dose vaccine

ଆଜି ଦିଲ୍ଲୀର ଏମ୍ସ ହସ୍ପିଟାଲରେ କୋରୋନା ଭ୍ୟାକ୍ସିନର ଦ୍ବିତୀୟ ଡୋଜ ଟିକା ନେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ...

ଦ୍ବିତୀୟ ଡୋଜ ଟିକା ନେଲେ ଉପରାଷ୍ଟ୍ରପତି
ଦ୍ବିତୀୟ ଡୋଜ ଟିକା ନେଲେ ଉପରାଷ୍ଟ୍ରପତି

By

Published : Apr 4, 2021, 12:54 PM IST

ନୂଆଦିଲ୍ଲୀ: କୋରୋନା ଭ୍ୟାକ୍ସିନର ଦ୍ବିତୀୟ ଡୋଜ ଟିକା ନେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଟିକା ନେଇଛନ୍ତି ଉପରାଷ୍ଟ୍ରପତି ।

କୋରୋନାର ଦ୍ବିତୀୟ ଡୋଜ ଟିକା ନେବାପରେ ସମସ୍ତ ଯୋଗ୍ୟ ଲୋକଙ୍କୁ ଶୀଘ୍ର ଟିକା ନେବା ସହିତ ଦେଶରେ କିଛି ଅଞ୍ଚଳରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ହେତୁ ସେମାନଙ୍କୁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ଟ୍ବିଟ କରି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସେ ଆହୁରି କହିଛନ୍ତି ଟିକାକୁ ନେଇ ଉଠୁଥିବା ଗୁଜବରେ ବିଶ୍ବାସ କରନାହିଁ । ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ ।

କୋରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟରେ 45ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକାଦାନ ଏପ୍ରିଲ 1ରୁ ଆରମ୍ଭ ହୋଇଛି । ଜାନୁଆରୀ 16ରୁ କୋଭିସିଲ୍ଡ ଓ କୋଭାକ୍ସିନ ଦୁଇଟି ଟିକାକୁ ନେଇ ଦେଶବ୍ୟାପୀ କୋରୋନା ଟୀକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଟୀକାକରଣରେ ଆଗଧାଡିର ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିଲା । ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ଦେଶର ବରିଷ୍ଠ ନାଗରିକମାନଙ୍କୁ ଟୀକକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

@ANI

ABOUT THE AUTHOR

...view details